ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ପୌରପରିଷଦ ୭ନଂ ୱାର୍ଡରେ ବିଜୁ ଜନତା ଦଳର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଅନୁଷ୍ଠିତ | ବାଲେଶ୍ବର ପୌରପରିଷଦ ୭ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ।
ଏହି ଅବସରରେ ବାଲେଶ୍ବର ସଦର ବିଧାୟକ ସ୍ବରୁପ କୁମାର ଦାସ ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ।
ଶ୍ରୀଯୁକ୍ତ ଦାସଙ୍କ ସହ ପୌରପରିଷଦ ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,୭ନଂ ୱାର୍ଡର କାଉନସିଲର ମିରାଜ ବାନୋ,ପୂର୍ବତନ କାଉନସିଲର ସାକିର ଖାନ,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡି,ନାରୀ ନେତ୍ରୀ ରାଜଲକ୍ଷ୍ମୀ ଚାଟ୍ଟାଜୀ ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ।