ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଡ଼ି ଆସୁଛି ଭୟଙ୍କର ତାତି।   ଅସହ୍ୟ ତାତି ସହ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରିରହିବାର ସମ୍ଭାବନା ରହିଛି ।

କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେଲା ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଗକୁ ଆହୁରି ଖରା ଜାଳିବ । ସ୍ଥାନେ ସ୍ଥାନେ ପାରଦ ୪୬ ଡିଗ୍ରି ଛୁଇଁପାରେ। ୨୭ ତାରିଖରେ ବାରିପଦା, ବୌଦ୍ଧ ସହରର ପାରଦ ୪୪ ଡିଗ୍ରି ଡେଇଁଯିବାକୁ ଥିବା ବେଳେ ଭୁବନେଶ୍ବର, ଝାରସୁଗୁଡ଼ା, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ଭବାନୀପାଟଣା, ପାରଳାଖେମୁଣ୍ଡିରେ ୪୩ ଡିଗ୍ରି ଉପରେ ରହିବ। ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲା‌ରେ ହିଟ୍‌ୱେଭ୍‌ ସ୍ଥିତି ସୃଷ୍ଟି ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡିଗ୍ରୀ, ଜଗତସିଂହପୁର ୩୪ଡିଗ୍ରୀ, ଚାନ୍ଦବାଲି ୩୩.୮ ଡିଗ୍ରୀ, ଭଦ୍ରକରେ ତାପମାତ୍ରା ୩୩.୭ଡିଗ୍ରୀ ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସ‌ପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ। ଦକ୍ଷିଣ ଓଡ଼ିଶା‌(ଉପକୂଳ ଓ ଆଭ୍ୟନ୍ତରୀଣ)ରେ ତିନି ଦିନ ପର୍ଯ୍ୟନ୍ତ ସାମୁଦ୍ରିକ ପବନ ହେତୁ ତାପମାତ୍ରା ଅପେକ୍ଷାକୃତ ବେଶି ବଢ଼ିବ ନାହିଁ।

Leave A Reply

Your email address will not be published.