ରାଇରଙ୍ଗପୁର ରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଯଶୋଦା ପେଟ୍ରୋଲ ପମ୍ପ ନିକଟରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶହ ଶହ ସଂଖ୍ୟାରେ ଅନ୍ୟ ଦଳ ଅର୍ଥାତ୍ ଭାରତୀୟ ଜନତା ପାର୍ଟି ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଲୋକେ ଉପଖଣ୍ଡର ବିଭିନ୍ନ ବ୍ଲକ ତଥା ରାଇରଙ୍ଗପୁର ମ୍ୟୁନିସିପାଲିଟି ଯୋଗ ଦେଇଥିଲେ |

ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ପାର୍ଥୀ ସୁଦାମ ମାର୍ଣ୍ଡି, ରାଇରଙ୍ଗପୁର ବିଧାନସଭା ପାର୍ଥୀ ରାଇସେନ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ମୟୂରଭଞ୍ଜ ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ ଓ ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ |

ଏହି ସଭାରେ ଇସାନ ମିଶ୍ର, ପୁର୍ଣ୍ଣଚନ୍ଦ୍ର ବସା, ରତିକାନ୍ତ ପରୀକ୍ଷା, ଦୀପ୍ତିମାନ ବଳ, ଜ୍ଞାନରଂଜନ ହେମ୍ବ୍ରମ, ହରେକୃଷ୍ଣ ମଣ୍ଡଳ, ସୂର୍ଯ୍ୟମଣି ହାଁସଦାଃ, ବହଦେବ ହେମ୍ବ୍ରମ, ପରେଶ ଚନ୍ଦ୍ର ମୁଣ୍ଡା, ଜନତା ବସା, ଜଗଦୀଶ କ୍ଷେତ୍ରୀ, ବିଜୟନନ୍ଦ ମିଶ୍ର, ପ୍ରଭାତ କୁମାର ବାରିକ, ମନୋଜ କୁମାର ବସା, ସଚ୍ଚିଦାନନ୍ଦ ମହାନ୍ତ, ସୁବାଷ ମଣ୍ଡଳ, ସ୍ଥଳପଦ୍ମ ହାଁସଦାଃ , ପଞ୍ଚୁ ଲୋହାର ତଥା ଅନ୍ୟମାନେ ଯୋଗ ଦେଇଥିଲେ | ଏହି ସଭାରେ ବିଭିନ୍ନ ବ୍ଲକର ସଭାପତି, ଉପସଭାପତି , ଜିଲ୍ଲାପରିଷଦର ସଭ୍ୟସଭ୍ୟା ତଥା ସୟଂସହାୟକ ଗୋଷ୍ଠୀର ମହିଳାମାନେ ବହୁ ସଖ୍ୟାରେ ସମବେତ ହୋଇଥିଲେ | ଏହି ସଭାରେ ବହୁ କର୍ମୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ବୋଲି ମତବ୍ୟକ୍ତ କରିଥିଲେ |

Leave A Reply

Your email address will not be published.