କରଞ୍ଜିଆରେ ଉଦଘାଟନ ହେଲା ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆରେ ଉଦଘାଟନ ହେଲା ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ | ଦୀର୍ଘ ବର୍ଷ ହେବ କରଞ୍ଜିଆ ରେ ଏକ ପାର୍କ ପାଇ କରଞ୍ଜିଆ ବାସୀ ଦାବୀ କରିଆସୁଥିଲେ | ଦୀର୍ଘ ବର୍ଷ ଦାବୀର ଆଜି ଅନ୍ତ ଘଟିଛି କରଞ୍ଜିଆ ରେ ଏକ ସ୍ମାର୍ଟ ପାର୍କ ଉଦଘାଟନ ହୋଇଛି |

ଆଜି ପ୍ରାୟ ୧୨ଘଟିକା ୩୦ ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ କେନ୍ଧୁଝର ସାଂସଦ ଚନ୍ଦ୍ରଣୀ ମୁର୍ମୁ,କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧକ୍ଷ ସ୍ୱରୂପ ପରିଜା, ରାଜ୍ୟ ବିଜୁସେତୁ ଉପଦେଷ୍ଟା ଦିଲ୍ଲୀପ ସାହୁ , ପୂର୍ବତନ ବିଧାୟକ ବିଜୟ ନାଏକ,କାଉନସିଲର ଅନିତା ଚାତାର,ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ କରଞ୍ଜିଆ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର କରଞ୍ଜିଆ ଥାନା ଅଧିକାରୀ ନିରଜ ମଲିକ ଓ ସମସ୍ତ କାଉନସିଲର ଯୋଗ ଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପଜ୍ଵଳନ କରି କରଞ୍ଜିଆ ବାସୀଙ୍କୁ ଏହି ପାର୍କ ଏବଂ କରଞ୍ଜିଆ ର ଉନ୍ନତି କେମିତି ହେବ ତା ବାବଦକୁ ବକ୍ତବ୍ୟ ରହିଥିଲେ |

ପରେ ଫିତା କାଟି ପାର୍କ ର ଉଦଘାଟନ କରିଥିଲେ ତାସହିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ନାମରେ ନାମକରଣ କରାଯାଇଥିଲା |ଏହି ଉଦଘାଟନୀ ଉତ୍ସବରେ କରଞ୍ଜିଆର ସର୍ବସାଧାରଣଙ୍କ ସମେତ ବହୁ ସଂଖ୍ୟକ ମିଶନ ଶକ୍ତି ଏବଂ ସ୍ୱୟଂଶହାୟିକା ଗଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମ କୁ କରଞ୍ଜିଆ ମୁନିସିପାଲିଟି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ |

Leave A Reply

Your email address will not be published.