ରାଇରଙ୍ଗପୁରରେ ଟାଟାନଗରରୁ ବାଦାମପାହାଡ ମେମୁ ରେଳସେବାର ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଟାଟାନଗର ରୁ ବାଦାମପାହାଡ ମେମୁ ରେଳସେବାର ଶୁଭାରମ୍ଭ | ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଆଭାସୀ ମାଧ୍ୟମରେ ଝାଡଖଣ୍ଡ ସିନ୍ଦରି ଠାରୁ ଟାଟାନଗରରୁ ବାଦାମପାହାଡ ମେମୁ ରେଳସେବା , ଶିବପୁର ଷ୍ଟେସନ ରୁ ଲଂଗହାଁଲ ମାଲଗାଡି ଓ ଦେଓଘର ରୁ ଡିବୂଗଡ ରେଳସେବାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ |

ଅତିଥିଗଣ ରେଳ ଉପରେ ସୁଚିନ୍ତିତ ବକ୍ତବ୍ୟ ଦେବାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆଜି ଏହି ତିନୋଟି ଟ୍ରେନ୍ ଶୁଭାରମ୍ଭ ଫଳରେ ଭାରତର ଅର୍ଥନୀତି, ବେପାର ବାଣିଜ୍ୟ ର ଉନ୍ନତି ହେବାସହିତ ଭାରତ ଇତିହାସରେ ନୂଆ ଯୁଗର ଅୟମାରମ୍ଭ ହୋଇପାରିଛି | ଏହି ଅବସରରେ ବାମନଘାଟୀ ଉପଖଣ୍ଡ ବାଦାମପାହାଡ ରେଳ ଷ୍ଟେସନ ନିକଟରେ ଏକ ସଭା ଆୟୋଜିତ ହୋଇଥିଲା | ଏଥିରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ |

ଅତିଥିଗଣ ନୂଆ ରେଳ ଶୁଭାରମ୍ଭରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଦେବା ସହିତ ଭାରତ ପ୍ରଗତି କ୍ଷେତ୍ରରେ ନୂଆ ରାହା ସୃଷ୍ଟି ହେବ ବୋଲି କହିଥିଲେ | ଏହି ଭବ୍ୟ ସଭାକୁ କାର୍ଯ୍ୟାଳୟ ଅଧ୍ୟକ୍ଷକ ହରିହର ସେଠୀ ପରିଚାଳନା କରିଥିଲେ | ଦୀର୍ଘଦିନ ଧରି ରାଇରଙ୍ଗପୁର ବାସୀମାନଙ୍କର ଦାବୀ ରହିଆସୁଥିଲା ସଂନ୍ଧ୍ୟାବେଳା ଟାଟାରୁ ବାଦାମପାହାଡକୁ ଏକ ରେଳ ଚଳାଚଳ ହେଉ, ଯଦ୍ବାରା ଲୋକେ ଦିନରେ ଦିନସାରା କାମସାରି ସଂନ୍ଧ୍ୟା ବେଳା ଫେରି ଆସିପାରିବେ | ତାହା ଆଜି ପୂରଣ ହୋଇପାରିଥିବାରୁ ରାଇରଙ୍ଗପୁର ବାସୀ ଅତିଆନନ୍ଦିତ ହୋଇଥିବା ଜଣାପଡିଛି |

Leave A Reply

Your email address will not be published.