ଦୁଇ ବାଇକ ମୁଁହାମୁହିଁ ଧକ୍କାରେ ୨ଜଣକ ମୃତ, ଜଣେ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇ ବାଇକ ମୁଁହାମୁହିଁ ଧକ୍କାରେ ୨ଜଣକ ମୃତ, ଜଣେ ଗୁରୁତର | ସଡ଼କ ଦୁର୍ଘଟଣାରେ ୨ଜଣକ ମୃତ୍ୟ ହୋଇଛି। ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ଧନାପନା ଛକ ଠାରେ ଦୁଇ ଗୋଟି ବୁଲେଟ ବାଇକ ମୁହାଁମୁହିଁ ଧକ୍କା ଫଳରେ ଦୁଇ ଜଣକ ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦୁଇ ଯୁବକ ହେଲେ ଖୁଣ୍ଟା ଥାନା ଅଞ୍ଚଳର ଅଭିଜିତ ବେହେରା ଓ କହ୍ନେଇବନ୍ଧ ଅଞ୍ଚଳର ରମାକାନ୍ତ ହେମ୍ରମ ବୋଲି ଜଣାପଡିଛି। ଗୁରୁତର ଯୁବକ ଜଣକ ହେଲେ ଗୋଠୋପୁରା ଅଞ୍ଚଳର ଜଗନ୍ନାଥ ଦେହୁରୀ। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ମୋଟର ସାଇକେଲ ସହ ମୁଁହାମୁହିଁ ଧକ୍କା ହେବା ଫଳରେ ୨ଜଣକ ଜଣଙ୍କ ପ୍ରାଣବାୟୁ ଚାଲିଯାଇଥିଲା।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଜରିଆରେ ଉଦ୍ଧାର କରି ଉଦଳା ହସ୍ପିଟାଲକୁ ପଠାଇଥିଲେ। ହସ୍ପିଟାଲରେ ଡାକ୍ତର ଦୁଇ ଜଣକୁ ମୃତ୍ୟ ଘୋଷଣା କରିଛନ୍ତି। ଗୁରୁତର ଯୁବକକୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ଖୁଣ୍ଟା ଥାନା ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ୟବସ୍ଥା କରିବା ସହ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.