ଇଡିର ଅଷ୍ଟମ ସମନକୁ ବି କେଜ୍ରିଓ୍ବାଲଙ୍କ ଅଣଦେଖା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଡିର ଅଷ୍ଟମ ସମନକୁ ବି କେଜ୍ରିଓ୍ବାଲଙ୍କ ଅଣଦେଖା | ବହୁ ଚର୍ଚିତ ଦିଲ୍ଲୀ ଅବକାରୀ ମାମଲାରେ ଇଡିର ଅଷ୍ଟମ ସମାନକୁ ଅଣଦେଖା କରିଲେ କେଜ୍ରିୱାଲ |  କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଅଷ୍ଟମ ସମନ ସତ୍ତ୍ବେ ମଧ୍ୟ ଆଜି ହାଜର ହେବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଇଡିରେ ହାଜର ହେବା ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ଜାରି ହୋଇଥିଲା । କିନ୍ତୁ ଇଡିର ଉତ୍ତର ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମଧ୍ୟରେ ସରିବ ଲୁଚକାଳି ଖେଳ ।ଏହାଛଡ଼ା ଯାଞ୍ଚ ଏଜେନ୍ସିର ସମନ ଅଣସାମ୍ବିଧାନିକ ତଥାପି ଆସନ୍ତା ମାର୍ଚ୍ଚ ୧୨ ତାରିଖ ପରେ ଜବାବ ଦେବେ । ଆମ୍ ଆଦମୀ ପାର୍ଟି ପ୍ରମୁଖ ଭିଡିଓ କନଫରେନ୍ସି ମାଧ୍ୟମରେ ଇଡିରେ ହାଜର ହେବେ ବୋଲି କହିଛନ୍ତି ।

ତେବେ ସୂଚନା ମୁତାବକ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଷ୍ଟମ ସମନ ଜାରି କରିଛି । ମାତ୍ର କେଜ୍ରିଓ୍ବାଲ ଏହାକୁ ବାରମ୍ବାର ଅଣସାମ୍ବିଧାନିକ କହି ଅଣଦେଖା କରୁଛନ୍ତି । ଏହା ପୂର୍ବ ଇଡି ଫେବ୍ରୁଆରୀ ୨୨ ତାରିଖରେ ସମନ ଜାରି କରି ହାଜର ହେବାକୁ କହଥିଲା । ସେପଟେ ବିଜେପି ପ୍ରରୋଚନାରେ ଯାଞ୍ଚ ଏଜେନ୍ସି ଏଭଳି କରୁଛି ଅଭିଯୋଗ କରିଛନ୍ତି ଆପ୍ ନେତା । ଆମ୍ ଆଦମୀ ପାର୍ଟିକୁ ଇଣ଼୍ଡିଆ ମେଣ୍ଟ ଛାଡ଼ିବା ପାଇଁ ଚାପ ପକାଯାଉଛି, ମାତ୍ର ଆପ୍ ମେଣ୍ଟ ଛାଡ଼ିବ ନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ କହିଛନ୍ତି ।

ସେହିଭଳି 5ମ ସମନ ପାଇଁ ଜାନୁଆରୀ 31 ତାରିଖରେ କେଜ୍ରିୱାଲଙ୍କୁ ଇଡି ଡକାଇଥିଲା ଏବଂ ତାଙ୍କୁ ଫେବୃଆରୀ 2 ରେ ହାଜର ହେବାକୁ କୁହାଯାଇଥିଲା । ଇଡି ଅଭିଯୋଗରେ ଦର୍ଶାଇଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜାଣିଶୁଣି ସମନକୁ ଅଣଦେଖା କରୁଛନ୍ତି । ଅଯୁକ୍ତିକର ବାହାନା ବନାଉଛନ୍ତି । ଯଦି ତାଙ୍କ ପରି ଉଚ୍ଚ ପଦବୀରେ ରହିଥିବା ଜଣେ ସରକାରୀ କର୍ମଚାରୀ ଆଇନକୁ ଅବମାନନା କରନ୍ତି ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଭୁଲ ଉଦାହରଣ ହେବ ।

Leave A Reply

Your email address will not be published.