ବାଇକ ସହ ଦେଶୀ ମଦ ଜବତ, ଜଣେ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଇକ ସହ ଦେଶୀ ମଦ ଜବତ, ଜଣେ ଗିରଫ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ବାଲେଶ୍ୱର ଜିଲ୍ଲା ଅଞ୍ଜି ଛକରେ ଚଢ଼ାଉ କରାଯାଇ ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଳକା ସୁନାଙ୍କ ତତ୍ୱାବଧାନରେ ଆଇଆଇସି ଧିରେନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଅଞି ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୋପାଳପୁରରୁ ଅଞ୍ଜି ଅଭିମୁଖେ ଆସୁଥିବା ଓଡି ୦୧ ଇ ୩୪୫୫ ନମ୍ବର ବିଶିଷ୍ଟ ବଜାଜ ଡ଼ିସକଭର ବାଇକକୁ ଅଟକାଇ ଯାଞ୍ଚ କରିଥିଲେ।

ଯାଞ୍ଚ ପରେ ସେଥିରେ ଏକ ଅଖାରେ ୨୫ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ବାଇକ ସହ ମଦକୁ ଜବତ କରି ଥାଲସଡା ଗ୍ରାମର ସୁମନ୍ତ ଦାସକୁ ଗିରଫ କରିଥିଲେ। ଅପରାହ୍ଣରେ ସୋର ମେଡ଼ିକାଲରେ ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଥବୀର ପଟ୍ଟନାୟକ, କିଶୋର ରାଉତ,ଗୋଖେନ୍ଦ୍ର ପରିଡା, କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ, ସୁମିତ୍ରା ସାମଲ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.