ନାବାଳିକା ଦଷ୍କର୍ମ ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାବାଳିକା ଦଷ୍କର୍ମ ଅଭିଯୋଗ | ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଆଜି ଅପରାହ୍ନରେ ପରିବାର ତରଫରୁ ସୋର ଥାନାରେ ଅଭିଯୋଗ ହୋଇଛି।

ନୂଆସାହି ଗ୍ରାମର ଜଣେ ନାବାଳିକା ଗତକାଲି ସନ୍ଧ୍ୟାରେ ସାଇକେଲରେ ଘରକୁ ଫେରୁଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି।

ଏ ବାବଦରେ ନାବାଳିକା ଜଣଙ୍କ ଘରେ ଜଣାଇବା ପରେ ପରିବାର ଲୋକେ ଆଜି ଅପରାହ୍ନରେ ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Leave A Reply

Your email address will not be published.