ସୋର ଥାନା ଅଞ୍ଚଳରେ ତହସିଲଦାରଙ୍କ ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋର ଥାନା ଅଞ୍ଚଳରେ ତହସିଲଦାରଙ୍କ ଚଢାଉ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଟି ବେଆଇନ ମାଲ ବୋଝେଇ ଡମ୍ପରକୁ ସୋର ତହସିଲଦାର ଜବତ କରିଥିବା ଜଣାଯାଇଛି।

ସୋର ତହସିଲଦାର ଏସକେ ସାଗିର ଥାନା ଅଂଚଳର ବରଫକଳ ଛକ, ବିଦୁ ଛକ, ଫଟାଅର୍ଜୁନ ଛକ ଏବଂ ବାଗୁଡ଼ି ବଜାରରେ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ମାଲ ବୋଝେଇ ଡମ୍ପରର କାଗଜପତ୍ର ଯାଞ୍ଚ କରିଥିଲେ।

ଏହି ସମୟରେ ୪ଟି ବାଲି ବୋଝେଇ ଡମ୍ପର, ଦୁଇଟି ପଥର ବୋଝେଇ ଡମ୍ପର ଏବଂ ଏକ ମୋରମ ବୋଝେଇ ଡମ୍ପର ବେଆଇନ ଭାବେ ମାଲ ପରିବହନ କରୁଥିବା ଜାଣିପାରି ଗାଡି ଗୁଡିକୁ କୁ ଜବତ କରି ସୋର ଥାନାରେ ଜିମା ଦେଇଥିବା ସୂଚନା ।ତେବେ ପରବର୍ତ୍ତି ସମୟରେ ଗାଡି ଗୁଡିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.