ଶିମିଳିପାଳରୁ ୯ଶିକାରୀ ଗିରଫ, ସମ୍ବର ମାଂସ ସହିତ ୯ ଦେଶୀବନ୍ଧୁକ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳରୁ ୯ଶିକାରୀ ଗିରଫ, ସମ୍ବରମାଂସ ସହିତ ୯ ଦେଶୀବନ୍ଧୁକ ଜବତ | ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ପଶିଥିବା ୯ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ଏହା ସହିତ ସେମାନଙ୍କ ପାଖରୁ ସମ୍ବର ମାଂସ ଓ ୯ଟି ଦେଶୀବନ୍ଧୁକ ଜବତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ଶିମିଳିପାଳର ଜେନାବିଲ ରେଞ୍ଜ ଅଞ୍ଚଳରେ ଉଦଳା ଥାନାର ପାଟଶାଣୀପୁର ଓ କୁଣ୍ଡାବାଇ ପଞ୍ଚାୟତର ଉପରତଳଡିହା, ଜାମଡିହା, ଖାଳିଡିହି ଆଦି ଶିମିଳିପାଳ ସଂଲଗ୍ନ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଶିକାରୀ ବହୁ ସଂଖ୍ୟକ ବନ୍ଧୁକ ସହିତ ଏକସଙ୍ଗେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ପଶିଥିଲେ ।

ତେବେ ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର କର୍ମଚାରୀ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ସହିତ ମିଳିତ ଭାବେ ଚଢାଉ କରିଥିଲେ । ୯ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୯ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା ଜାରି ରଖିଛନ୍ତି । ଖସିପଳାଇଥିବା ଅନ୍ୟ ଶିକାରୀମାନଙ୍କୁ ଗିରଫ ପାଇଁ ତନାଘନା ଜାରିରହିଛି ।

Leave A Reply

Your email address will not be published.