ଆଜି ଜିଲ୍ଲା ଓକିଲ ସଂଘ ନିର୍ବାଚନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମୟୂରଭଞ୍ଜ ଜିଲ୍ଲା ଓକିଲ ସଂଘ ନିର୍ବାଚନ। ତେବେ ସମ୍ପାଦକ ପଦ ବ୍ୟତିତ ଅନ୍ୟାନ୍ୟ ସବୁପଦରେ ଦ୍ବିମୁଖୀ ପ୍ରତିଦ୍ବନ୍ଦୀ ହେବାକୁ ଯାଉଛି। ମାର୍ଚ୍ଚ ୧୧ ଓ ୧୨ ତାରିଖରେ ନାମାନଙ୍କ ପତ୍ର ଦାଖଲ ହୋଇଥିଲା। ୧୪ତାରିଖ ପ୍ରାର୍ଥୀ ପତ୍ର ଯାଞ୍ଚ ସହ ୧୬ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ପରେ ୧୮ତାରିଖରେ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତଙ୍କର ପାର୍ଥି ପତ୍ର କାଏମ ରହିଛି।

୮ଜଣ କାର୍ଯ୍ୟକାରୀ ସଦସ୍ୟ ଓ ଅନ୍ୟ ୭ଟି ପଦବୀ ପାଇଁ ମୋଟ ୨୪ଜଣ ପାର୍ଥି ରହିଛନ୍ତି ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ କହିଛନ୍ତି। ସଭାପତି ପଦ ପାଇଁ ବିଭୁପ୍ରସାଦ ଦାସ ଓ ପ୍ରବୀର କୁମାର ବସାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେବ। ସେହିପରି ଉପସଭାପତି ପାଇଁ ସୁଜାତା ମିଶ୍ର ଓ କୃଷ୍ଣଚନ୍ଦ୍ର ମହାନ୍ତି, ସମ୍ପାଦକ ପଦ ପାଇଁ ସରୋଜ କୁମାର ଦାସ, ବିପ୍ଳବ ବାରିକ, ସତ୍ୟସ୍ବରୂପ ଦାଶ ଓ ବୈଦନାଥ ସାହୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ପାଇଁ ବନମାଳୀ ବାରିକ ଓ ସ୍ବରୂପ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ (ପ୍ରଶାସନ) ପାଇଁ ପଙ୍କଜ କୁମାର ମହାକୁଡ ଓ ସତ୍ୟବାନ ପାଲ, ଯୁଗ୍ମ ସମ୍ପାଦକ(ପାଠାଗାର) ପାଇଁ ଅଶୋକ କୁମାର ପଣ୍ଡା ଓ ସତ୍ୟନାରାୟଣ ବେହେରା ଏବଂ କୋଷାଧ୍ୟକ୍ଷ ପାଇଁ ପଦ୍ମଲୋଚନ ମହାନ୍ତ ଓ ଶାନ୍ତନୁ କୁମାର ପାଲ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେଉଛି।

ସେହିପରି ୮ଟି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ଉତ୍ତମ କୁମାର ଦଳବେହେରା, ମାନସ ରଞ୍ଜନ ବେହେରା, ସୁସମିତା ଘୋସାଲ, ଗୌତମ ଶଙ୍କର ରାୟ, ସୁଧାଂଶୁ ଶେଖର ପାଉଲ, ଜ୍ଞାନରଞ୍ଜନ ଜେନା, ସ୍ବପ୍ନା ମହାନ୍ତି ଓ ଦେବରାଜ ମିଶ୍ର ପ୍ରମୁଖ ୮ଜଣଙ୍କ ପ୍ରତିଦ୍ବନ୍ଦି ନଥିବାରୁ ନିର୍ଦ୍ୱନ୍ଦରେ ବିଜୟ ହୋଇଥିବା ବେଳେ କେବଳ ଅନୁଷ୍ଠାନିକ ଘୋଷଣା ବାକି ରହିଛି। କାର୍ଯ୍ୟକାରୀ ସଦସ୍ୟଙ୍କ ବ୍ୟତୀତ ବାକି ୭ଗୋଟି ପଦବୀ ପାଇଁ ଆଜି ମତଦାନ ଚାଲିଛି । ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ୪ଟାରୁ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବା ପରେ ଫଳଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଦାସ କହିଛନ୍ତି।

Leave A Reply

Your email address will not be published.