ଅଠର ଦେଉଳ ଯାତ୍ରା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସଦସ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଠର ଦେଉଳ ଯାତ୍ରା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସଦସ୍ୟ | ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଅଠର ଦେଉଳ ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ କମିଟିର ସଦସ୍ୟ ମାନେ ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି।  ଶିମିଳିପାଳ ଅଭୟାରଣ୍ୟ ମଧ୍ୟର ଦୁର୍ଗମ ଅଞ୍ଚଳରେ ରହିଥ‌ିବା ବାଥୁଡି ଜନଜାତିଙ୍କ ପବିତ୍ର ତୀର୍ଥ ସ୍ଥଳୀ ଅଠର ଦେଉଳରେ ବଡପୂଜା ହୋଇଥାଏ।

ବାଥୁଡି ଜନଜାତିର ଲୋକେ ପାରମ୍ପରିକ ଭାବରେ ଏହି ତୀର୍ଥସ୍ଥଳକୁ ଗୋଷ୍ଠୀ ଗତ ଭାବରେ ପଦଯାତ୍ରା କରିବା ସହ ବଡ଼ାମ ଠାକୁରଙ୍କର ଉପାସନା କରିଥାନ୍ତି। ତେବେ ଚଳିତ ବର୍ଷ ଏହି ଅଠର ଦେଉଳ ଯାତ୍ରାର ସଫଳତା ଲାଗି ବାଥୁଡି ସମାଜ ତରଫରୁ ଏକ ଟିମରେ ବଡାମ ବାହିନୀର ପ୍ରତିଷ୍ଠାତା ରୂପେଶ ଗିରି, ଯୁବ ବାଥୁଡି ସମାଜର ସମ୍ପାଦକ ଚନ୍ଦନ କୁମାର ସେନାପତି, କାଇ ଚଟଣୀର ଗବେଷକ ଇଂ ନୟାଧର ପଢ଼ିଆଳ, ବଡାମ ବାହିନୀର ସଭାପତି କୃଷ୍ଣଚନ୍ଦ୍ର ନାଏକ, ଅଭିନ୍ନ ଚରଣ ନାଏକ ପ୍ରମୁଖ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଚଳିତ ବର୍ଷ ଅଠର ଦେଉଳ ଯାତ୍ରା କିପରି ସୁରୁଖୁରୁରେ ସମ୍ପାଦନା ହେବ ସେନେଇ ଆଲୋଚନା କରିଥିଲେ।

ଯାତ୍ରୀଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟ ଟିମ ଓ ବାଉଁଶ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଏହି ପାରମ୍ପରିକ ଯାତ୍ରାର ସଫଳତା କାମନା କରିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.