ଲୋକସଭା ପାର୍ଥି ସୁଦାମଙ୍କୁ ବାରିପଦାରେ ସ୍ୱାଗତ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ଲୋକସଭା ସାଂସଦ ପାର୍ଥି ଭାବେ ସୁଦାମ ମାରାଣ୍ଡିଙ୍କ ନାମ ଘୋଷଣା କରିବା ପରେ ବିଜେଡି ରାଜନୀତି ପାଣିପାଗ ସରଗରମ ହୋଇଛି। ପାର୍ଥି ଭାବେ ନାମ ଘୋଷଣା ହେବା ପରେ ଶୁକ୍ରବାର ବାରିପଦା ଆସିଥିବା ବେଳେ ତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅପରାନ୍ହରେ ପାଲବଣି ଠାରେ ପହଞ୍ଚିବା ପରେ ସ୍ୱାଗତ ଜଣାଇ ବିରାଟ ବାଇକ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରିଥିଲେ।

ଦଳୀୟ କର୍ମୀ ମାନଙ୍କ ଗହଣରେ ଷ୍ଟେସନ ବଜାର, କୃଷ୍ଣଚନ୍ଦ୍ର ଗୋଳେଇ, ଟ୍ରାଫିକ ଛକ, ବିଜୁ ପଟ୍ଟନାୟକ ଗୋଳେଇ, ଭଞ୍ଜପୁର ହୋଇ ସହର ପରିକ୍ରମା କରିଥିଲେ। ବାରିପଦା ସହରର ପ୍ରତିଟି ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମାରାଣ୍ଡି ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସୁଦାମଙ୍କ ଆଗମନକୁ ନେଇ ବିଜେଡିର କର୍ମୀ ମାନଙ୍କ ମଧ୍ୟରେ ନୂଆ ଉନ୍ମାଦନା ଦେଖ‌ିବାକୁ ମିଳିଥିଲା। ସହରର ପ୍ରତି ଛକରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ସ୍ଥାନୀୟ ଲୋକମାନେ ପୁଷ୍ପଗୁଚ୍ଛ ଓ ଫୁଲମାଳ ଦେଇ ତାଙ୍କୁ ସ୍ଵାଗତ ଜଣାଇଥିଲେ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିକାଶ ପାଇଁ ଅନବରତ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ସହ ମୟୁରଭଞ୍ଜ ସାଂସଦ ପାର୍ଥି ଭାବେ ଟିକେଟ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ସେବା କରିବା ପାଇଁ ପୁନଶ୍ଚ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ସେଥିପାଇଁ ଧନ୍ୟବାଦ ଜଣାଇବା ସହ ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି। ଲୋକମାନଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବାକୁ ପାଥେୟ କରି ସେ ଆଗାମୀ ନିର୍ବାଚନ ରଣାଗନକୁ ଅବତୀର୍ଣ୍ଣ ହୋଇଛନ୍ତି।

ସାଧାରଣ ଲୋକ ସ୍ୱରକୁ ସଂସଦରେ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଁଚାଇ ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି। ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ଆର୍ଶୀବାଦ ଲୋଡ଼ିବା ସହ ନିଶ୍ଚିତ ଭାବରେ ତାଙ୍କୁ ସମର୍ଥନ ଜଣାଇ ଆଗାମୀ ନିର୍ବାଚନରେ ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ସଂସଦକୁ ପଠାଇବେ ବୋଲି ତାଙ୍କର ବିଶ୍ୱାସ ରହିଛି ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ପୋୖରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାରାଣ୍ଡି, ମୟୁରଭଞ୍ଜ କେନ୍ଦ୍ର ସମବାୟୁ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ସମାଜସେବୀ ଗିରିଷଚନ୍ଦ୍ର ଦାସ, ୱାର୍ଡ କାଉନସିଲର ଦେବାଶିଷ ପାତ୍ର, ସୁନିଲ କୁମାର ଦାସ ସମେତ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.