ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ମାସ ଏପ୍ରିଲ 19 ତାରିଖରୁ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ ।  ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ।

ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛି। ଏହାରି ଭିତରେ ଏଗ୍‌ଜିଟ୍‌ ପୋଲ ଉପରେ ଲାଗିଛି ରୋକ୍‌। ଏଣିକି ଆଉ ଏଗ୍‌ଜିଟ୍‌ ପୋଲ୍‌ ଦେଖାଇ ପାରିବେନି କୌଣସି ବି ଖବର ସରବରହା ସଂସ୍ଥା। ଏହାର ପ୍ରକାଶନ ଓ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଆସନ୍ତା ଏପ୍ରିଲ 19 ତାରିଖ ସକାଳ 7ଟାରୁ ଜୁନ 1 ସନ୍ଧ୍ୟା 6ଟା 30 ପର୍ଯ୍ୟନ୍ତ ଏକଜିଟ ପୋଲ ଉପରେ କଟକଣା ଲଗାଯାଇଛି ।

ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଲୋକ ପ୍ରତିନିଧି ଆଇନ ଅନୁସାରେ ମତଦାନ ଶେଷ ହେବାର 48 ଘଣ୍ଟା ପୂର୍ବରୁ କୌଣସି ଇଲେକ୍ଟ୍ରୋନିକ୍ ମିଡିଆରେ ଜନମତ ସର୍ଭେ କିମ୍ବା ଅନ୍ୟ ନିର୍ବାଚନୀ ସମ୍ବନ୍ଧୀୟ ସର୍ଭେ, ଫଳାଫଳ ପ୍ରସାରଣ କରାଯାଇପାରିବ ନାହିଁ । ପୁରା ଦେଶରେ ଲୋକସଭା ନିର୍ବାଚନ ବ୍ୟତିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା ଏବଂ ସିକ୍କିମର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ । ସେହି ସମୟ ମଧ୍ୟରେ 12ଟି ରାଜ୍ୟରେ 25ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

 

Leave A Reply

Your email address will not be published.