ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ଅନୁଭବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଆଉ ଏକ ଝଟକା । ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ଆଜି ଶଙ୍ଖ ଚିହ୍ନକୁ ବାଏ ବାଏ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଅନୁଭବ ଥରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ତେବେ ଅନୁଭବଙ୍କ ଇସ୍ତଫା ବିଜେଡି ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି ।

ଜଣଙ୍କ ପରେ ଜଣେ ଅଭିନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭଙ୍କର ନୁହେଁ ବୋଲି ଅନେକ ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି ।  2019 ଲୋକସଭା ନିର୍ବାଚନରେ ବିଜେଡି ଟିକେଟରେ ସେ କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇଥିଲେ । ବିଜେଡି ଛାଡିବା ପରେ ଅନୁଭବ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ସକାଳୁ ଭୁବନେଶ୍ୱରରେ ନିଜର ପତିଆରା ଜାହିର କରି ଆସୁଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବି ଦଳ ଛାଡ଼ିଛନ୍ତି । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର ପରେ ଆକାଶ ଦାଶ ନାୟକ ଦଳ ଛାଡ଼ିବା ବିଜେଡିକୁ ଏକ ଝଟ୍‌କା ଦେଇଛି । ଉଭୟ ନେତାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।

ତେବେ ଅନ୍ତରଆତ୍ମାର ସ୍ୱର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ଆକାଶ । ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ । ଆଗାମୀ ଦିନରେ କୋରେଇ ବାସୀଙ୍କ ଭଲ ପାଇବାକୁ ପାଥେୟ କରି ମୋର ସମର୍ଥକ ଓ ସାଥୀଙ୍କ ପରାମର୍ଶରେ ମୋର ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବି ବୋଲି କହିଛନ୍ତି ଆକାଶ । ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ କୋରେଇ ବିଧାୟକ ଥିଲେ ।

Leave A Reply

Your email address will not be published.