ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା।   ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ । ଯାଜପୁର କୋରେଇ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଆଜି ବିଜେଡି ଛାଡିଛନ୍ତି । ବିଜେଡି ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

ତେବେ ସେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି । ୨୦୧୪ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଥିଲେ ଆକାଶ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି | ସେ କହିଛନ୍ତି, ମୋର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛି।ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପା଼ଇଁ ସର୍ମର୍ପିତ।  ଆଗାମୀ ଦିନରେ କୋରେଇବାସୀଙ୍କ ଭଲ ପାଇବାକୁ ପାଥେୟ କରି, ମୋ ସର୍ମଥକ ଓ ସାଥୀଙ୍କ ପରାମର୍ଶରେ କାର୍ଯ୍ୟପନ୍ଥା ଗ୍ରହଣ କରିବି।

ସେ ଆହୁରି କହିଛନ୍ତି, ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା। ହେଲେ ବିନା ପ୍ରତିବାଦରେ ମୁଁ ଦଳ ସହ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି। ୫ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ  କଠିନ ପରିଶ୍ରମ କରିଛି। ଖରାହେଉ ବା ବର୍ଷା ମୁଁ  ଦଳ ପାଇଁ ପ୍ରଚାର କରିଛି। ୩୦ଟି ଜିଲ୍ଳା ବୋଲି ମୁଁ ଦଳ ପାଇଁ ପରିଶ୍ରମ କରିଛି। ଏତେସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ।  ସେଥିପାଇଁ ମୁଁ ଦଳ ଛାଡ଼ିଦେଲି।

Leave A Reply

Your email address will not be published.