ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡ଼ି ସହ ମୋଟର ସାଇକେଲର ହେଲା ମୁହାଁମୁହିଁ ଧକ୍କା, ବାଇକ ଆରୋହୀଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତକାଲି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଭୁବନେଶ୍ୱର ରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ସତମାଇଲ ଯାଉଥିବା ସମୟରେ ଆଠଗଡ଼ ମଣ୍ଡଳୀ ରାସ୍ତାର ଡାଳଖାଇ ଛକ ଠାରେ ତାଙ୍କ କାର ସହ ଏକ ବାଇକ୍ ର ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ବାଇକ୍ ଚାଳକ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲ ପଠାଇ ଥିଲା।

ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁ ର ସୁକାନ୍ତ ବେହେରା 28। ସୁକାନ୍ତ ଙ୍କ ମୃତ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଚାୟା ଖେଳିଯାଇଛି। ଉକ୍ତ ଘଟଣା ରେ କାର ଡ଼୍ରାଇଭର କୁ ଆଠଗଡ ପୋଲିସ ଅଟକ ରଖି ତଦନ୍ତ ଚଲେଇଛି।

Leave A Reply

Your email address will not be published.