ଓଡ଼ିଶାର ୫ଜଣ କଳାକାର ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ନାଁ ହେଲା ଘୋଷଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଆଙ୍କ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଓଡ଼ିଶାର ୫ଜଣ କଳାକାର କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଗତ ୬ରୁ ୮ ତାରିଖ ମଧ୍ୟରେ ଅନୁ‌ଷ୍ଠିତ ସଂଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବାରୁ ଏହି ପୁରସ୍କାର ପାଇବା ପାଇଁ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ୧୨୮ ଜଣ କଳାକାରଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି। ତେବେ ଓଡ଼ିଶାରୁ ୫ଜଣ ଏହି ପୁରସ୍କାର ପାଇବେ।

ସୁଗମ ସଂଗୀତରେ ସୁସ୍ମିତା ଦାସ, ଓଡିଶୀ ସଂଗୀତ କ୍ଷେତ୍ରରେ ଗୁରୁ ବିଜୟ କୁମାର ଜେନା, ନାଟକ କ୍ଷେତ୍ରରେ ମନୋଜ ପଟ୍ଟନାୟକ, ସଂଗୀତରେ ଗଜେନ୍ଦ୍ର ନାଥ ଓଝା ଏବଂ ଛଉ ନୃତ୍ୟ ପାଇଁ ବ୍ରଜେନ୍ଦ୍ର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଛି। ବିଶେଷ କରି ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ କଳାକାରମାନଙ୍କୁ ନିଜ ଉତ୍କର୍ଷ ପ୍ରଦର୍ଶନ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଏହି ପୁରସ୍କାର ଘୋଷଣା କରିଥାଏ। ମନୋନୀତ କଳାକାରମାନଙ୍କୁ ୪ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଉକ୍ତ ପୁରସ୍କାର ପ୍ରଦାନ କରିବେ ବୋଲି ଜଣାପଡିଛି।

Leave A Reply

Your email address will not be published.