ମୟୂରଭଞ୍ଜ ସରକାରୀ ପଲିଟେକ୍‌ନିକ୍ କଲେଜରେ ଛାତ୍ରଛାତ୍ରୀଙ୍କୁ କାନ ଧରାଇବା ଭିଡିଓ ଭାଇରାଲ, ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସରକାରୀ ପଲିଟେକ୍‌ନିକ୍, ମୟୂରଭଞ୍ଜ ଶିକ୍ଷାନୁଷ୍ଠାନରେ ରାଜ୍ୟସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ସରକାରୀ ପଲିଟେକ୍‌ନିକ୍ କଲେଜ, ଟିକରପଡ଼ା ପରିସରରେ ସିନିୟର ଛାତ୍ରଛାତ୍ରୀଙ୍କୁ କାନ ଧରାଇ ଖୋଲା ପଡ଼ିଆରେ ଛିଡା କରାଇବା ଘଟଣାର ଭିଡିଓ ଭାଇରାଲ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପଲିଟେକ୍‌ନିକ୍ କଲେଜର ମେଟାଲୋଜି ବ୍ରାଞ୍ଚର ଜଣେ ଅଧ୍ୟାପକ କିଛି ଛାତ୍ରଛାତ୍ରୀଙ୍କୁ କାନଧରାଇ ଖୋଲା ଆକାଶ ତଳେ କଲେଜ ପରିସରରେ ଛିଡ଼ା କରାଇବ ଓ ତାଙ୍କ ନିକଟରେ ଜୁନିୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଚାରି ପଟେ ବୁଲାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ଘଟଣାକୁ ନେଇ ପଲିଟେକ୍‌ନିକ୍ ଦୁଃଖପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କୁ କୌଣସି ପରିସ୍ଥିତିରେ ଦଣ୍ଡ ଦିଆଯାଇପାରିବ ନାହିଁ ବୋଲି ମତ ରଖିବା ସହ ଗତକାଲି କ୍ଲାସ ଚାଲିଥିବାବେଳେ କିଛି ଛାତ୍ରଛାତ୍ରୀ ବିଶୃଙ୍ଖଳା କରୁଥିବାବେଳେ ଜୈନିକ ଅଧ୍ୟାପକ ସେମାନଙ୍କୁ ଖରାରେ ବାହାରେ କାନଧରାଇ ଛିଡା କରାଇବା ସେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି । ଏନେଇ ସେ ଷ୍ଟାଫ୍ କାଉନ୍‌ସିଲ ବୈଠକ ଡାକି ଉକ୍ତ ଅଧ୍ୟାପକଙ୍କୁ ସାମୟିକ ଭାବେ କାର୍ଯ୍ୟରୁ ବିରତ କରାଯିବା ସହ ଘଟଣା ବିଷୟରେ ନିର୍ଦ୍ଦେଶକ ରାଜ୍ୟ ଟେକ୍‌ନିକାଲ ଏଜୁକେଶନ୍‌ଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ଓ ଆଗାମୀ ଦିନରେ ଅନୁଷ୍ଠାନରେ ଏପରି ଘଟଣା ଯେପରି ପୁନାରୁ ବୃଭି ନଘଟିବ ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.