କୁହୁଡି ଯୋଗୁଁ ପକ୍ଷୀ ଗଣନା ବାଧାପ୍ରାପ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ରାଜ୍ୟର ବିଭିନ୍ନ ବନାଞ୍ଚଳରେ ବୁଧବାର ପକ୍ଷୀ ଗଣନା କରାଯାଉଛି। କୁହୁଡି ଯୋଗୁଁ ପକ୍ଷୀ ଗଣନା ବାଧାପ୍ରାପ୍ତ । ଆଠଗଡ଼ର ବିଭିନ୍ନ ଆର୍ଦ୍ରଭୂମିରେ ସକାଳୁ ଚାଲିଛି ପକ୍ଷୀ ଗଣନା । ଓଡ଼ିଶାର ଏକ ମାତ୍ର ମଧୁର ଜଳ ହ୍ରଦ ଅଂଶୁପା ସହିତ ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ୨୦୦ ଜଣ କର୍ମଚାରୀ ।

ସକାଳ ୬ଟାରୁ ଦିନ ୧୧ ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ଘନ କୁହୁଡ଼ି ଯୋଗୁଁ ବାଧାପ୍ରାପ୍ତ ହୋଇଛି ପକ୍ଷୀ ଗଣନା କାର୍ଯ୍ୟ।ବଣାଇ   ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ , କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍‌‌ ଗଣନା କରୁଛନ୍ତି। ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍‌‌ ମୁତୟନ ରହିଛନ୍ତି। ସେହିପରି ରେଢାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା କରୁଛନ୍ତି।

ଦଶପଲ୍ଲା ରେଞ୍ଜରେ ୪ଟି ଟିମ୍‌‌ ଦ୍ୱାରା ପକ୍ଷୀ ଗଣନା ଚାଲିଛି। କୋଇଡା ବନାଞ୍ଚଳରେ ୭ଟି ଟିମ୍‌‌ରେ ୩୫ ଜଣ ଗଣନାରେ ସାମିଲ ରହିଛନ୍ତି।  ସେହିପରି ଅସ୍ତରଙ୍ଗରେ ବି ଚାଲିଛି ପକ୍ଷୀ ଗଣନା । କେଲୁଣୀ ଓ କାଦୁଆ ମୁହାଁ ଅଂଚଳରେ ପକ୍ଷୀ ଗଣନା ଆରମ୍ଭ । ଏଥିପାଇଁ ୫ଟି ଟିମରେ ୧୯ ଜଣ କର୍ମଚାରୀ ନିୟୋଜିତ । ପକ୍ଷୀ ବିଶାରଦ ଓ ପରିବେଶବିତ୍ ପକ୍ଷୀ ଗଣନାରେ ସାମିଲ ରହିବା ସହ ପୁରୀ ଡ଼ିଏଫ୍‌ଓଙ୍କ ନେତୃତ୍ୱରେ ଚାଲିଛି ପକ୍ଷୀ ଗଣନା ।

Leave A Reply

Your email address will not be published.