ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା | ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ଆରମ୍ଭ ହେଲା କୁମ୍ଭୀର ଗଣନା । ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । ଆଜିଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଚାଲିବ । ଏହି ପରିପ୍ରେକ୍ଷୀରେ ଗତକାଲି କନିକା ରେଞ୍ଜ କାର୍ଯ୍ୟାଳୟଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2024 ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା କାର୍ଯ୍ୟରେ ୨୨ଟି ଟିମ୍ ସାମିଲ୍ ହୋଇଛନ୍ତି। ଏହି କୁମ୍ଭୀର ଗଣନା କାର୍ଯ୍ୟ ଆଗାମୀ ୩ ଦିନ ଯାଏଁ ଚାଲିବ।
ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଚାଲିଛି ପକ୍ଷୀ ଗଣନା। ଆଜି ସକାଳୁ ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା ଚାଲିଛି। ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ହେଉଛି।ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍ ମୁତୟନ ହୋଇଛନ୍ତି। କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍ ଗଣନା କାର୍ଯ୍ୟରେ ଲାଗିଛନ୍ତି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଞ୍ଜରେ ୪ଟି ଟିମ୍ ଦ୍ୱାରା ଚାଲିଛି ପକ୍ଷୀ ଗଣନା କାର୍ଯ୍ୟ।