କୁହୁଡିରେ ଦିଶୁନାହିଁ ପତିତପାବନ ବାନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ପରିଲକ୍ଷିତ ହୋଇଛି। କୁହୁଡ଼ି ପାଇଁ ଯାତାୟତରେ ସମସ୍ୟା  ହେଉଛି। ସକାଳୁ ସକାଳୁ କୁହୁଡ଼ି ପାଇଁ ଦେଖାଯାଉନି ରାସ୍ତାଘାଟ। ଏପଟେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଘନକୁହୁଡି । କୁହୁଡି ଯୋଗୁ ସକାଳୁ ସକାଳୁ ବଡଦାଣ୍ଡରୁ ଶ୍ରୀମନ୍ଦିର ପତିତପାବନ ବାନା ଦୃଶ୍ୟ ମାନ ହେଉନଥିଲା । ଫଳରେ ଭକ୍ତମାନେ ନିରାଶ ହୋଇଥିଲେ ।

ତେବେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଦୁଇ ଦିନ ପରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ମଧ୍ୟ କୁହୁଡି ହୋଇଥିବା ନେଇ ସୂଚନା ମିଳିଛି ।

କୁହୁଡି ହେଲେ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହେଉଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଆସନ୍ତା ଗୋଟେ ସପ୍ତାହ ଏପରି ସ୍ଥିତି ଲାଗି ରହିବ ବୋଲି ଜଣା ପଡ଼ିଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଏପଟେ ଘନ କୁହୁଡିରେ ଆଚ୍ଛାଦିତ ଚିଲିକା । ଠପ୍ ହୋଇପଡିଛି ଚିଲିକାରେ ଯାତାୟତ । ଜହ୍ନିକୁଦା ଏବଂ ସାତପଡାରେ ଅଟକି ରହିଛନ୍ତି ଯାତ୍ରୀ । ଚିଲିକାରେ ପ୍ରବଳ କୁହୁଡି କାରଣରୁ ଜଳପଥ ଦୃଶ୍ୟମାନ ହେଉନି । ଫଳରେ ସକାଳୁ ସକାଳୁ ବନ୍ଦ ରହିଛି ଡଙ୍ଗା ଏବଂ ଭସାପୋଲ ।

 

Leave A Reply

Your email address will not be published.