ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି । ବଲାଙ୍ଗିର ଖଲିଆପାଲିରେ ଅଭାବନୀୟ ଘଟଣା |  ୬ ମାସ ପୁଅର ତଣ୍ଟିକାଟି ମେଡିକାଲରୁ ପଳାଇଲା ମା’ । ଖଲିଆପାଲି ଗାଁରେ ଶିଶୁପୁତ୍ରର ତଣ୍ଟି କାଟି ଦେଇଥିଲା ମା’। ପରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଶୁଶୁକୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସପିଟାଲରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର। ନୃଂଶସ ମା’ ଫେରାର ଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ମାଆର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଛନ୍ତି I

ସୂଚନା ଅନୁସାରେ, ଜେଜେ ମା’ ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ। ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ତେବେ କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି। ସେପଟେ ମା’ ର ମାନସିକ ଅବସ୍ଥା ଠିକ୍‌ ନ ଥିବା ଡାକ୍ତର କହିଛନ୍ତି। ସେହିପରି ସମୃକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସ୍ତ୍ରୀର ମାନସିକ ଅବସ୍ଥା ଭଲ ନ ଥିବା କହିଛନ୍ତି। ଶିଶୁର ତଣ୍ଟି କଟିଦେବା ପରେ ମା’ ଘରକୁ ପଳାଇଆସିଥିବା ଶିଶୁର ବାପା କହିଛନ୍ତି।

Leave A Reply

Your email address will not be published.