ବାରିପଦା ବ୍ଲକ ଠାରେ ବିଜେଡିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବାରିପଦା ବ୍ଲକ ଠାରେ ବିଜେଡିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ | ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ବୁଧବାର ଦିନ ୧୨ଟାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦର ସଭାପତି ଭାରତୀ ହାଁସଦା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ସମେତ ବ୍ଲକର ଅନେକ ବିଜେଡି ନେତା ଓ କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ।

ବିଜେପିର ପ୍ରତିଶୃତି ମୁତାବକ ରାଜ୍ୟର ସମସ୍ତ ବର୍ଗର ଭତ୍ତାଧିକାରୀଙ୍କୁ ତୁରନ୍ତ ବର୍ଦ୍ଧିତ ଭତ୍ତା ମାସକୁ ୩୦୦୦ ରୁ ୩୫୦୦ କୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ତେବେ ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Comments are closed.