ମିଛ ମିଶ୍ରଣ ପର୍ବକୁ ନେଇ ପ୍ରହସନ କରୁଛି ବିଜେଡ଼ି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମିଛ ମିଶ୍ରଣ ପର୍ବକୁ ନେଇ ପ୍ରହସନ କରୁଛି ବିଜେଡ଼ି । ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ମିଶ୍ରଣ ପର୍ବ ନାଁରେ ପ୍ରହସନ କରୁଛି ବିଜେଡ଼ି । ସୂଚନା ଅନୁଯାୟୀ ଗତକାଲି ଅଳିଯୋଡ଼ା ଠାରେ ଥିବା ବିଜେଡ଼ି ବିଧାୟକ ପ୍ରତାପ ଜେନାଙ୍କ ବାସଭବନରେ ଚାଲିଥିବା ମିଶ୍ରଣ ପର୍ବରେ ପୋଡାମରାଇ ପଞ୍ଚାୟତରୁ କିଛି ବିଜେଡ଼ି ନେତା, ବିଜେଡ଼ି କର୍ମୀଙ୍କୁ ନେଇ ମିଶ୍ରଣ ପର୍ବରେ ସାମିଲ୍ କରାଇଥିଲେ |

ଏଥି ମଧ୍ୟରେ ପୋଡାମରାଇ ଗ୍ରାମପଞ୍ଚାୟତର ୨ ନମ୍ବର ୱାର୍ଡ ମେମ୍ବର ସୁଶାନ୍ତ କୁମାର ପ୍ରଧାନଙ୍କୁ ସାଙ୍ଗରେ ନେଇ ବିଜେଡ଼ି ମିଶ୍ରଣ ପର୍ବରେ ଜୋର୍ ଜବରଦସ୍ତ କାନ୍ଧରେ ବିଜେଡ଼ିର ଉତ୍ତରୀୟ ଓ ଗାମୁଛା ପକାଇ ମିଶ୍ରଣ ପର୍ବରେ ସାମିଲ୍ କରାଇଥିଲେ | ତାଙ୍କ ଅନିଚ୍ଛା ସତ୍ତ୍ବେ ଜୋର୍ ଜବରଦସ୍ତ ବିଜେଡ଼ିରେ ମିଶିବା ପାଇଁ ପ୍ରଲୋଭିତ କରାଇଥିଲେ ବିଜେଡ଼ି ନେତା, ଆଜି ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରେ କହିଛନ୍ତି । ଏବଂ ଏହି ମିଛ ମିଶ୍ରଣ ପର୍ବକୁ ସେ ନିନ୍ଦା କରିବା ସହ ଆଜି ବିଜେଡ଼ିକୁ ବାଏ ବାଏ କରିଛନ୍ତି | ସେ କହିଛନ୍ତି ଯେ ମୁଁ ଆଗରୁ ସ୍ୱାଧୀନ ରେ ଥିଲି ଏବଂ ଆଜି ବି ସ୍ୱାଧୀନ ଭାବେ ରହିବି |

ଗତ କିଛି ମାସ ତଳେ ଭୁବନେଶ୍ବର ଶଙ୍ଖ ଭବନରେ ବିଜେଡ଼ି ପୋଡ଼ାମରାଇ ପଞ୍ଚାୟତ ରୁ ବିଜେଡ଼ିର ୭କର୍ମୀଙ୍କୁ ନେଇ ମିଶ୍ରଣ ପର୍ବରେ ସାମିଲ୍ କରାଇଥିଲେ | ହେଲେ ଆଜି ସମାନ ଦୃଶ୍ୟ ଏବେ ମାହାଙ୍ଗା ରେ ଦେଖିବାକୁ ମିଳିଛି । ମାହାଙ୍ଗା ବିଜେଡ଼ି କାହିଁକି ଏମିତି ମିଛ ମିଶ୍ରଣ ପର୍ବ କରି ଜନତାଙ୍କୁ ଠକୁଛି ତାହାକୁ ନେଇ ଏବେ ବୁଦ୍ଧି ଯିବି ମହଲରେ ଦୃଢ଼ ନିନ୍ଦା କରାଯିବା ସହ ଅସନ୍ତୋଷ ଦେଖା ଦେଇଛି । ବିଜେଡ଼ି ହାରିବା ଭୟରେ ମିଛ ମିଶ୍ରଣ ପର୍ବ କରି ଜନତାଙ୍କୁ ହଟ ହଟା କରୁଛି | ଆଗାମୀ ଦିନରେ ଯଦି ବିଜେଡ଼ି ଏମିତି ମିଶ୍ରଣ ପର୍ବ କରେ ତାହେଲେ ସେମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.