ବିଜେପି କର୍ମୀଙ୍କ ଗୁଣ୍ଡାଗିରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ବିଜେପି କର୍ମୀଙ୍କ ଦାଦାଗିରି,ଜନତା ନେତା ହେଲେ ମରାମରି ।ଗାଡି ପାର୍କିଙ୍ଗ କୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ ।କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ରୁ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ବୁଧବାର ସନ୍ଧ୍ୟାରେ ଏକ ବାଇକ ଶୋଭାଯାତ୍ରାରେ ଆସି ଜନ ସମର୍ଥନ ଲୋଡ଼ିବା ଦେଖିବାକୁ ମିଳିଥିଲା |

କୁରୁଜଙ୍ଗା ପଞ୍ଚାୟତରୁ ଦଳୀୟ କର୍ମୀ ମାନଙ୍କ ସହିତ ଉଭୟ ପ୍ରାର୍ଥୀଙ୍କୁ ଏକ ପଟୁଆରରେ ନିଆଯାଇଥିଲା | ବୈଜୟନ୍ତଙ୍କ ରାଲି କୁରୁଜଙ୍ଗା ରୁ ଉମର ପର୍ଯ୍ୟନ୍ତ ଯିବାର ସ୍ଥିର ହୋଇଥିବା ବେଳେ, ପୋଡାମରାଇ ଠାରେ ଗାଡି ପାର୍କିଙ୍ଗକୁ ନେଇ ବଚସାରୁ ଗଣ୍ଡଗୋଳର ସୂତ୍ରପାତ ହେବା ଦେଖୁବାକୁ ମିଳିଥିଲା ।ତେବେ ଶୋଭାଯାତ୍ରାରେ ଥିବା କେତେକ କର୍ମୀଙ୍କ ସହିତ ସ୍ଥାନୀୟ ଅଂଚଳର ଜନୈକ ଯୁବକର ପାଟିତୁଣ୍ଡରୁ ଗଣ୍ଡଗୋଳ ଉଗ୍ର ରୂପ ନେବା ଦେଖିବାକୁ ମିଳିଥିଲା ।

ଏଥିରେ ଜନୈକ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯିବା ଖବର ମିଳିଛି | ଗଣ୍ଡଗୋଳ ବେଳେ ବାଇକ ଓ କାର ଭାଙ୍ଗିବା ଦେଖିବାକୁ ମିଳିଥିଲା | ଦେଖିବାକୁ ରହିଲା ଏହି ଗଣ୍ଡଗୋଳ ଏଇଠି ସରିଲା ନା ଆଗକୁ ଏହା ଅନ୍ୟ କୌଣସି ରୂପ ନେଉଛି ।

Leave A Reply

Your email address will not be published.