ସରେଇଁ ଗ୍ରାମରେ ନୂତନ କେନାଲ କାମକୁ ବିରୋଧ କଲେ ବହୁ ଚାଷୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରେଇଁ ଗ୍ରାମରେ ନୂତନ କେନାଲ କାମକୁ ବିରୋଧ କଲେ ବହୁ ଚାଷୀ | କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସରେଇଁ ଗ୍ରାମରେ ନୂତନ କେନାଲ କାମକୁ ବିରୋଧ କଲେ ବହୁ ଚାଷୀ ।

ସୂଚନା ଯୋଗ୍ୟ ଆନନ୍ଦପୁର ବ୍ୟାରେଜର ଦକ୍ଷିଣ ପାର୍ଶ୍ବ କେନାଲର ନନ୍ଦୁଆଁ ଠାରୁ ସରେଇଁ ନୃତନ କେନାଲ କାର୍ଯ୍ୟ ଆଜି ଜେସିବିରେ ମାଟି ତାଡୁଥିବା କାର୍ଯ୍ୟ ଚାଲୁଥିବା ବେଳେ ଚାଷୀ ମାନେ କାମକୁ ବିରୋଧ କରିଛନ୍ତି। ଚାଷୀ ମାନଙ୍କ ଜମିର ମୁଲ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନାହିଁ |  ଯାହାଫଳରେ ଚାଷି ମାନେ କ୍ଷତିଗ୍ରସ୍ଥ ହେବେ ।

ଏ ସମ୍ପର୍କରେ ପୂର୍ବରୁ ଘଷିପୁରା ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲା ପାଳ ଙ୍କୁ ଅଭିଯୋଗ କରିଥିଲେ | ଚାଷୀ ମାନଙ୍କ କଥା ସମାଧାନ ହୋଇନାହିଁ। ତେବେ ଯେ ପର୍ଯ୍ୟନ୍ତ ଚାଷି ମାନଙ୍କ ଚାଷ ଜମିର ଅର୍ଥ ମିଳିନାହିଁ କେନାଲ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଚାଷି ମାନେ ଅଡି ବସିଛନ୍ତି।

Leave A Reply

Your email address will not be published.