ମଧୁବନ ଅଞ୍ଚଳରୁ କିନ୍ନରର ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନ ଥାନା ଅନ୍ତର୍ଗତ ମଧୁବନ ଅଞ୍ଚଳରୁ ବୁଧବାର ସକାଳୁ ଏକ କିନ୍ନରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କିନ୍ନର ଜଣକ ନାମ ମଲ୍ଲି ହୋଇଥିବା ବେଳେ ଶୁନଗଡ଼ିଆ ଅଞ୍ଚଳରେ ତାଙ୍କ ଘର ଅଟେ ବୋଲି ସୂଚନା ମିଳିଛି।

ମଧୁବନ ଅଞ୍ଚଳର ଗ୍ୟାରେଜ ଛକ ନିକଟରେ ମଧୁବନ ମିନି ଷ୍ଟାଡିୟମ ପାଚେରୀକୁ ଲାଗି ବୁଧବାର ସକାଳୁ ମଲ୍ଲିର ମୃତଦେହ ପଡିଥିବାର ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତ ଅନୁଧ୍ୟାନ କରି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଥିଲା।

ମୃତକଙ୍କ ନାକରୁ ଫେଣ ବାହାରୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ମଲ୍ଲି ଉକ୍ତ ଅଞ୍ଚଳରେ ବହୁ ଦିନ ହେବ ବୁଲାବୁଲି କରୁଥିଲା। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି। ଏହାକୁ ନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.