କୂଅରେ ପଡିଲା ହାତୀ; ତିନି ଘଣ୍ଟା ପରେ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ଏକ ହାତୀ ବଡ଼ କୂଅ(ଡ଼ାଗୱେଲ)ରେ ପଡିଥିବାର ଜଣାପଡିଛି | ରେଞ୍ଜର ଘନଶ୍ୟାମ ସିଂଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ଦଶଟା ସମୟରେ ଏହି ରେଞ୍ଜ ଅଧୀନ ଅମର୍ଦା ରିଜର୍ଭ ଫୋରେଷ୍ଟରେ ବିଲ-ନାଳ ମଝିରେ ଥିବା ଏକ ବଡ଼ କୂଅ (ଡ୍ୟାଗୱେଲ )ରେ ଏକ ହାତୀ ପଡିରହିଥିବାର ଖବର ଗ୍ରାମବାସୀ ବନବିଭାଗକୁ ଦେଇଥିଲେ |

ଖବର ପାଇ, ରେଞ୍ଜର ସିଂ ଓ଼ ତାଙ୍କ ଷ୍ଟାଫ ମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ତିନି ଘଣ୍ଟା ପରେ ହାତୀଟିକୁ ଡ଼ାଗୱେଲରୁ ଉଦ୍ଧାର କରିଥିଲେ | ହାତୀଟିର ବୟସ ଦଶ ବର୍ଷରୁ ଉର୍ଧ୍ଵ ହୋଇଥିବା ବେଳେ ଉଦ୍ଧାର ପରେ ହାତୀଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିବାର ସୂଚନା ମିଳିଛି |

ଏବଂ ବର୍ତ୍ତମାନ ୬୨ଟି ହାତୀ ନାକିଚୁଆ ଜଙ୍ଗଲରେ ଅଛନ୍ତି ବୋଲି କହିଛନ୍ତି ରେଞ୍ଜର ସିଂ | ଏଠାରେ ସୂଚନା ଯୋଗ୍ୟଯେ, ବନ ବିଭାଗ ହାତୀ ଉପରେ ସଠିକ ନଜର ରଖୁନଥିବାରୁ ଗତବର୍ଷ ଏକ ଜଙ୍ଗଲରୁ ଗୋଟେ ହାତୀର ଗଳିତ ମୃତଦେହ ମିଳିଥିବା ବେଳେ ଗତକାଲି ଗ୍ରାମବାସୀଙ୍କ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା |

Leave A Reply

Your email address will not be published.