ପଞ୍ଚାୟତ ନିର୍ବାଚନ ଟ୍ରେଣ୍ଡ:୨୩୨ଟି ଜିଲ୍ଲା ପରିଷଦ ଜୋନରୁ ୧୮୯ଟିରେ ବିଜେଡ଼ି ଆଗୁଆ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି।ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ଚାଲିଛି  । ଏବେ ସୁଦ୍ଧା ୨୩୨ଟି ଜିଲ୍ଲା ପରିଷଦ ଜୋନରୁ  ବିଜେଡି ୧୮୯ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ଅପରପକ୍ଷରେ ବି‌ଜେପି ଦ୍ବିତୀୟ ସ୍ଥାନରେ ରହିଛି। , ବିଜେପି ମାତ୍ର ୨୪ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ସେହିପରି କଂଗ୍ରେସ ମଧ୍ୟ ୧୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ସୂଚନା ମିଳିଛି। ଏଥିସହ ଅନ୍ୟ ପ୍ରାର୍ଥୀ ମାନେ ୪ଟି ଜୋନରେ ଆଗୁଆ ରହିଛନ୍ତି।

ବର୍ତ୍ତମାନର ଭୋଟ ଗଣତି ଟ୍ରେଣ୍ଡ ଅନୁଯାୟୀ, ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ୧ନଂ ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ସେପଟେ, ପ୍ରଥମ ରାଉଣ୍ଡ ସୁ୍ଦ୍ଧା କେନ୍ଦୁଝର ସଦରରେ ବିଜେଡି ଆଗୁଆ ରହିଛି । ୪ନଂ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ଘଟଗାଁ ବ୍ଲକର ୭ନଂ ଜୋନରେ ବିଜେଡି, ଆନନ୍ଦପୁରର ୧ନଂ ଜୋନରେ ବିଜେଡି, ଘଷିପୁରାର ୧୦ନଂ ଜୋନରେ ବିଜେଡି, ଗଞ୍ଜାମ ସୋରଡାର ୬୩ନଂ ଜୋନରେ ବିଜେଡି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ୧୬ନଂ ଜୋନରେ ବିଜେଡି, ଖଣ୍ଡପଡ଼ାର ୧୨ନଂ ଜୋନରେ ବିଜେପି , ନୂଆଗାଁ ବ୍ଲକର ୧୬ନଂ ଜୋନରେ ବିଜେଡି ଆଗୁଆ ରହିଛି ।

 ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡାର ୫ନଂ ଜୋନରେ ସିପିଏମ୍ ପ୍ରାର୍ଥୀ ଆଗୁଆ ରହିଛନ୍ତି। କଳାହାଣ୍ଡି କେସିଙ୍ଗାର ୧ନଂ ଜୋନରେ ବିଜେଡି ଆଗୁଆ ରହିଛି। ସେହିପରି କଟକ ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଜୋନରୁ ୧୨ଟି ଆସନରେ ବିଜେଡି ଆଗୁଆ, ବିଜେପି ଗୋଟିଏ ଆଗୁଆ ଓ  ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।

Leave A Reply

Your email address will not be published.