ଖାଇବା ପରେ ନିଶ୍ଚୟ ଖାଆନ୍ତୁ ପାନମଧୁରୀ; ଜାଣନ୍ତୁ କଣ ରହିଛି ଏହାର ଉପକାରିତା

0

ଖାଇବା ପରେ କିଛି ପାନମଧୁରୀ ପାଟିରେ ପକାନ୍ତୁ । ଦେଖିବେ କେତେ ଭଲ ଲାଗିବ । ପାନମଧୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ପାନମଧୁରୀରେ ଭିଟାମିନ ସି, ଭିଟାମିନ ଇ, ଭିଟାମିନ କେ,ଜିଙ୍କ,ପୋଟାସିୟମ,ମାଗ୍ନେସିୟମ,ସେଲନିୟମ,ଆଇନ,ଫାଇବର ଆଦି ରହିଛି। ପାନମଧୁରୀ ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ ବୋଲି କୁହାଯାଏ। ଏଥିରେ ଥିବା ଫାଇବର ଓଜନକୁ ନିୟନ୍ତ୍ରଣ ରଖିଥାଏ। ପାନମଧୁରୀ ଚା’ ପିଇବା ଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତ୍ୱଚା ଉଜ୍ଜ୍ୱଳ ହୋଇଥାଏ। ଶକ୍ତରେ ଶର୍କରାର ମାତ୍ରା ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହି ୪ଟି ଉପାୟରେ ସେବନ କରନ୍ତୁ ପାନମଧୁରୀ ….

୧ କପ ପାନମଧୁରୀକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ। ଏଥିରେ ମେଥିଦାନା,କଳାଲୁଣ,ହେଙ୍ଗୁ ଗୁଣ୍ଡ,ମିଶ୍ରି ଆଦିକୁ ବ୍ୟବହାର କରି ମଧ୍ୟ ଖିଆଯାଏ। ଯାହା ହଜମ କ୍ରିୟା ସୁଚାରୁରୂପେ କରିଥାଏ।ଓଜନ ହ୍ରାସ ସହ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।

ପାଣି ସହ ପାନମଧୁରୀ ସେବନ ପେଟ ଯନ୍ତ୍ରଣା,ପାଚନକୁ ସୁସ୍ଥ ରଖି ବାରେ ସହାୟକ ହୋଇଥାଏ। ଏକ ଗ୍ଲାସରେ ଅଳ୍ପ ପରିମାଣରେ ପାନମଧୁରୀ ଭିଜାଇ ରଖି ଦିଅନ୍ତୁ। ସକାଳେ ପିଅନ୍ତୁ। ସକାଳେ ଓ ସନ୍ଧ୍ୟାରେ ପାନମଧୁରୀ ପାଣି ପିଇବା ଦ୍ୱାରା ଓଜନ ଖୁବ ଶୀଘ୍ର ହ୍ରାସ ହୋଇଥାଏ।

Leave A Reply

Your email address will not be published.