ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ବିଧାୟକ ରାଇସେନ ମୁର୍ମୁ ଓ ଡକ୍ଟର ଦେବାଶିଷ ମାର୍ଣ୍ଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ବିଧାୟକ ରାଇସେନ ମୁର୍ମୁ ଓ ଡକ୍ଟର ଦେବାଶିଷ ମାର୍ଣ୍ଡି | ସାଧାରଣ ନିର୍ବାଚନ ପାଖେଇ ଆସୁଥିଲା ବେଳେ ନିର୍ବାଚନରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ |

ତେବେ ଆଜି ପ୍ରାୟ ୧୨ଟା ବେଳେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ରାଇରଙ୍ଗପୁର ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ଡିଏସପି ରାଇସେନ ମୁର୍ମୁ, ସାରସକଣା ବିଧାନସଭା ପ୍ରାର୍ଥୀ ଡକ୍ଟର ଦେବାଶିଷ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜୁ ବିଦ୍ୟୁତ୍ ଉପଦେଷ୍ଟା ଦୀପ୍ତିମାନ ବଳ, ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ଜିଲ୍ଲା ମହିଳା ସଭାପତି ତନୁଜା ମହାନ୍ତ, ଯୁବ ସଭାପତି ତଥା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୂରୀ, ଗୌରୀ ଶଙ୍କର ଦତ୍ତ, ପଙ୍କଜ ଦାସ ସମେତ ବିଜେଡି କର୍ମୀ ବିଭିନ୍ନ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଆସି ଏକ ବିରାଟକାୟ ଶୋଭାଯାତ୍ରା କରି ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ଏହା ପରେ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଇରଙ୍ଗପୁର ଠାରେ ପହଞ୍ଚିଥିଲେ |

ସେଠାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଡିଏସପି ରାଇସେନ ମୁର୍ମୁ ଓ ସାରସକଣା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଡକ୍ଟର ଦେବାଶିଷ ମାର୍ଣ୍ଡି ନାମାଙ୍କନ ପତ୍ର ଦାଖଲ କରିଥିଲେ | ତେବେ ବିଜେଡି ସରକାର ୨୫ ବର୍ଷ ଶାସନ ଭିତରେ ନାନା ପ୍ରକାର ସୁଚିନ୍ତିତ ଜନକଲ୍ୟାଣକାରୀ ଯୋଜନା ନବୀନ ବାବୁ ପ୍ରଣୟନ କରିଛନ୍ତି | ସେ ମାଭଉଣୀମାନଙ୍କର ଉନ୍ନତି କଥା ହେଉ ଚାଷୀଖଟିଖିଆ ମେହନତକାରୀମାନଙ୍କ ପାଇଁ ଜନ ହିତକର ଯୋଜନା କରିଛନ୍ତି | ଆଜି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଉନ୍ନତି କଥା ଦେଖାଯାଉଥିବା ବେଳେ, ଲୋକେ ମୌଳିକ ସୁବିଧା ପାଇପାରୁଛନ୍ତି | ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଆସିବା ସୁନିଶ୍ଚିତ ବୋଲି ବିଜେଡି ବିଧାନସଭା ପ୍ରାର୍ଥୀ ରାଇସେନ ମୁର୍ମୁ ଓ ଡକ୍ଟର ଦେବାଶିଷ ମାର୍ଣ୍ଡି ମତବ୍ୟକ୍ତ କରିଥିଲେ | ଏ ସରକାର ଆସିଲେ ଲୋକଙ୍କ ଅଭାବ ଅସୁବିଧାକୁ ଆଖି ଆଗରେ ରଖି ଶାସନ କରିବ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ |

Leave A Reply

Your email address will not be published.