ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହେଲା ୪୨ ତମ ପ୍ରତିଷ୍ଠା ଦିବସ, ମୋଦି ସରକାରଙ୍କ ଯୋଜନାକୁ ଘରେ ଘରେ ପହାଞ୍ଚାଇବା ପାଇଁ କର୍ମୀ ନେଲେ ଶପଥ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ବିଜେପି କାର୍ଯ୍ୟାଳୟରେ 42 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତାରମ ଗାନ କରିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ରେ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଯିବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛି।
2024 ପାଇଁ ରାଜ୍ୟ ବିଜେପି ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି। ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସିବେ। କେନ୍ଦ୍ରୀୟ ନେତୃତ୍ୱ ଙ୍କ ଏ ବିଷୟରେ ଆଲୋଚନା କରାଯିବ।
ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି। ବିକାଶ କୁ ବିରୋଧ କରିନାହୁଁ। ଦେଶର ଆଇନ କାନୁ ହିସାବରେ କାମ ହେବା ଆବଶ୍ୟକ। ଦେଶର ସମ୍ବିଧାନ ଅଛି , ଆଇନ ଅଛି । ଯେଉଁ ମାନେ ସେ ଦାୟିତ୍ବ ବହନ କରିଛନ୍ତି ସେମାନେ ଚିନ୍ତା କରିବେ।

Leave A Reply

Your email address will not be published.