୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ କମିଶନ ୨୦୨୪ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପିର ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍‌ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି ୨୦୧୯ ର ଷ୍ଟାଟେଜି ଆପଣାଇଲା କି ବିଜେପି । ତେବେ ୨୦୧୯ରେ ଯେଉଁ ନେତାମାନଙ୍କୁ ଟିକେଟ ଦେବାର ସମ୍ଭାବନା ନଥିଲା ବା ଟିକେଟ ଦେବା ସମ୍ଭାବନା କ୍ଷୀଣ ଥିଲା , ଯେଉଁମାନଙ୍କୁ ଦଳରୁ ବାହାର କରିଦିଆଯାଇଥିଲା ବିଜେଡି ଏବଂ ଯେଉଁମାନେ ବିଜେଡିରେ ନିଜର ଭବିଷ୍ୟତ ଦେଖିପାରୁ ନଥିଲେ ସେମାନଙ୍କୁ ରାଜ୍ୟ ବିଜେପି କୋଳେଇ ନେଇଥିଲା। ମାତ୍ର ଫଳାଫଳ କଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି। ଏବେ ପୁଣି ୨୦୨୪ ପୂର୍ବରୁ ବିଜେପିରେ ଦେଖାଯାଇଛି ୨୦୧୯ ଫର୍ମୂଲା। ଯେଉଁମାନେ ଜଘନ୍ୟ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ , ଯେଉଁମାନେ ଜନବିରୋଧୀ କାର୍ଯ୍ୟ ବିଜେଡିରୁ ତଡା ଖାଇଥିଲେ, ଯେଉଁମାନେ ବିଜେଡିରୁ ଟିକେଟ ପାଇବେନି ବୋଲି ନିଶ୍ଚିତ ହୋଇଥିଲେ ସେମାନେ ରାଜ୍ୟ ବିଜେପିରେ ସାମିଲ ହେଉଛନ୍ତି।

ତେବେ କଣ ୨୦୧୯ ତୁଳନାରେ ୨୦୨୪ରେ ଓଡ଼ିଶା ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିବ କି ? ଯେଉଁମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ସେମାନଙ୍କୁ ରାଜ୍ୟବାସୀ ଗ୍ରହଣ କରିବେ ? ୨୦୧୯ରେ ଏଭଳି ନେତାଙ୍କୁ ରାଜ୍ୟବାସୀ ଯେଭଳି ଜବାବ ଦେଇଥିଲେ ଠିକ ସେପରି ୨୦୨୪ରେ ରାଜ୍ୟବାସୀ ଜବାବ ଦେବେ ?
ତେବେ ଦେଖିବାକୁ ବାକି ରହିଲା ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ରହିବ କି ନାହିଁ ।

Leave A Reply

Your email address will not be published.