ଆଗାମୀ ନିର୍ବାଚନରେ ଅମିତ ଶାହାଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁଜୁରାଟରେ ଆମ୍ ଆଦମୀ ପାର୍ଟି (ଏଏପି) ର ବଢୁଥିବା ପ୍ରଭାବକୁ ନେଇ ବିଜେପି ଭୟଭୀତ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ବିଧାନସଭା ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା କରୁଛି କି?

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ କାର୍ୟ୍ୟରେ ବିଜେପି ଖୁସି ନୁହେଁ କି ନାହିଁ ବୋଲି ଆପ୍ ଜାତୀୟ ସଂଯୋଜକ କେଜ୍ରିୱାଲ ମଧ୍ୟ ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି, ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ଦ୍ରୁତ ଗତିରେ ବଢୁଛି। ବିଜେପି ଭୟଭୀତ ହୋଇପଡିଛି। ଏହା ସତ୍ୟ ଯେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଅମିତ ଶାହା ଜୀଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ମୁଖ ବୋଲି ଘୋଷଣା କରିବାକୁ ଯାଉଛି? ଭୁପେନ୍ଦ୍ର ଭୋଇ ପଟେଲଙ୍କ କାର୍ୟ୍ୟରେ ବିଜେପି ମଧ୍ୟ ରାଗିଛି କି?

 

 

Leave A Reply

Your email address will not be published.