‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କ ଦେହାନ୍ତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କ ଦେହାନ୍ତ । ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ୭୪ ବର୍ଷିୟ ହରଦ୍ବାର ଦୁବେ ଥିଲେ ଆଗ୍ରାର ବାସିନ୍ଦା। ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଦୁବେଙ୍କୁ ଚିକିତ୍ସା ନିମନ୍ତେ ଦିଲ୍ଲୀ ଅଣାଯାଇଥିଲା। ଆଜି ତାଙ୍କ ଶବ ଆଗ୍ରା ନିଆଯିବ। ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ।

ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁର ଶୋକବ୍ୟକ୍ତ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମାନ୍ୟବର ରାଜ୍ୟସଭା ସାଂସଦ ତଥା ଉତ୍ତର ପ୍ରଦେଶ ସରକାରଙ୍କର ପୂର୍ବତନ ମନ୍ତ୍ରୀ ହରିଦ୍ବାର ଦୁବେଙ୍କ ମୃତ୍ୟୁ‌ ଯୋଗୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ସେହିପରି, ‘ବିଜେପି’ର ଆହୁରି ଅନେକ ମନ୍ତ୍ରୀ ଓ ନେତାମାନେ ମଧ୍ୟ ଦୁବେଙ୍କ ମୃତ୍ୟୁ ଯୋଗୁଁ ଶୋକବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.