ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ସମସ୍ତଙ୍କ ଘର ପକାଘର ହେଉ, କିନ୍ତୁ ବିଜେଡ଼ି ଯୋଜନାକୁ ବାଟମାରଣା କରୁଛି:ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ହୋଇଛି। ଯେଉଁମାନେ ଏଥିରେ ସାମିଲ ସେମାନଙ୍କ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ହେବ ତାରିଖ ଜଣନ୍ତୁ ରାଜ୍ୟ ସରକାର। ନିରପେକ୍ଷ ଭାବେ ତାଲିକା କେବେ ପ୍ରସ୍ତୁତ କରିବେ।କେବେ ସମସ୍ତଙ୍କୁ ଘର ମିଳିବ ତାର ତାରିଖ ବି ସ୍ପଷ୍ଟ କରନ୍ତୁ।ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ସମସ୍ତଙ୍କ ଘର ପକାଘର ହେଉ। ଓଡ଼ିଶାରେ ଅନେକ ଲୋକ ବିପିଏଲ ରହିଛନ୍ତି।

ବିଡ଼ମ୍ବନାର ବିଷୟ ଓଡ଼ିଶାରେ ଘର ତିଆରି କରିବାକୁ ପ୍ରଚେଷ୍ଟା , ଓ ତାଲିକା ତିଆରି କରିବାର ପ୍ରଚେଷ୍ଟା ବି ହେଲାନି। ଆହୁରି 93 ଲକ୍ଷ ଘର ଯୋଡିବାକୁ କେନ୍ଦ୍ର ଚେଷ୍ଟା କରିଛନ୍ତି। ଓଡ଼ିଶାରେ ମାତ୍ର 2ଲକ୍ଷ 95 ଘର ହେଇଛି। ରାଜ୍ୟରେ ବିଜୁ ପକାଘର ଯୋଜନା ହୋଇଛି। ନିର୍ବାଚନ ଲାଗି ସେ ଯୋଜନା ହୋଇଥିଲା। 8 ଲକ୍ଷ 17 ହଜାର ଘର କେନ୍ଦ୍ର ସରକାର ଆଲଟ କରିଛନ୍ତି। ସେଥିରୁ ମାତ୍ର 6 ହଜାର ଘର ପଂଚିଂମ ଓଡିଶା, ଉପାନ୍ତ ଅଞ୍ଚଳରେ ଦିଆଗଲା। ଘର ଦେବା ନାଁରେ ଦୁର୍ନୀତି ହେଲା, ଦଳୀୟ ଆଧାରରେ ଦେଲେ। ଘର ନାହିଁ କିନ୍ତୁ ଘର ହୋଇଛି ବୋଲି ଏଣ୍ଟ୍ରି ହୋଇଛି। ବ୍ୟାପକ ଲାଞ୍ଚ କାରବାର ହୋଇଛି। ଏବେ

7 ଅପ୍ରେଲ ସୁଧା 26 ଲକ୍ଷ 95 ହଜାର ଘର କରିବାକୁ ଟାର୍ଗେଟ ରଖିଥିଲା କେନ୍ଦ୍ର। ମାତ୍ର 62 ପ୍ରତିଶତ କରାଯାଇଛି ବୋଲି କହୁଛନ୍ତି ରାଜ୍ୟ ସରକାର । ସେଥିରେ ବି ବ୍ୟାପକ ଅନିୟମିତତା ହୋଇଛି। ଗରିବଙ୍କୁ କେବେ ସୁଧା ଘର ମିଳିବ ତାହା ସ୍ପଷ୍ଟ କାରନ୍ତୁ। ତେଣୁ ନିରପେକ୍ଷ ଭାବେ ତାଲିକା ପ୍ରସ୍ତୁତ କରିବାକୁ ବିଜେପି ଦାବି କରିଛି।
କେବେ ସର୍ଭେ ସାରିବ କେବେ ସମସ୍ତଙ୍କୁ ଘର ମିଳିବ। 22 ସୁଧା କରିପାରିବେ ନାହିଁ। 24 ସୁଧା କରିପାରିବେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର।

Leave A Reply

Your email address will not be published.