ପୁଣି ଚର୍ଚ୍ଚାରେ ଆଶାରାମ ବାପୁ; ଆଶ୍ରମ ପରିସରରେ କାର ଭିତରୁ ମିଳିଲା ଯୁବତୀଙ୍କ ଗଳିତ ମୃତ ଦେହ

0

ପ୍ରାୟ ନଅ ବର୍ଷ ଧରି ରାଜସ୍ଥାନର ଯୋଧପୁର ଜେଲରେ ଥିବା ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶୁକ୍ରବାର ଆଶାରାମ ବାପୁଙ୍କ ଆଶ୍ରମ ଭିତରେ ଏକ ଆଲ୍ଟୋ କାର ଭିତରୁ ଯୁବତୀଙ୍କ ମୃତଦେହ ମିଳିଛି। ଯୁବତୀ ଜଣକ ଚାରି ଦିନ ନିଖୋଜ ଥିଲା | ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତରେ ଜଡିତ ଅଛି। ମୃତଦେହ ମିଳିବା ପରେ ପୋଲିସ ଆଶ୍ରମକୁ ସିଲ୍ କରିଛି। ପୋଲିସ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଏପ୍ରିଲ ୫ରୁ ଯୁବତୀ ଜଣକ ଘରୁ ନିଖୋଜ ହୋଇଯାଇଥିଲା। ଏହି ମାମଲାରେ ସମ୍ପର୍କୀୟ ତିନି ଜଣଙ୍କ ବିରୋଧରେ ଅପହରଣ ମାମଲା ଦାୟର କରିଥିଲେ। ଆଶ୍ରମରେ ଅଟକି ରହିଥିବା କାରରୁ ଦୁର୍ଗନ୍ଧ ବାହାରିବା ପରେ ଚୌକିଦାର ଗାଡ଼ି ପାଖକୁ ଯାଇଥିଲେ। ଯେତେବେଳେ ସେ ଡୋର୍‌ ଖୋଲିଥିଲେ ତ ଭିତରୁ ନାବାଳିକାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କାର୍‌ ସହ ପୂରା ଆଶ୍ରମକୁ ସିଲ୍‌ କରି ଦେଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ସହିତ ଘଟଣାର ଖୁଲାସା କରିବା ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପାଞ୍ଚଟି ଟିମ୍ ନିୟୋଜିତ ଅଛନ୍ତି। କୁକୁର ସ୍କ୍ୱାର୍ଡ ଏବଂ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ। ଅନ୍ୟପକ୍ଷରେ ଆଶ୍ରମର ସେବାଦାରଉଁ ସମେତ ଅନେକ ଲୋକଙ୍କୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.