ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ରୂପେ ପାଳନ କରିବ ବିଜେପି : ସୁଦୀପ୍ତ ରାୟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭାରତ ପାକିସ୍ଥାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହିତ ନିଜ ଜୀବନ ମଧ୍ୟ ବଳିଦାନ ଦେଇଥିଲେ । ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ । ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ନିଜର ଜୀବନ ବଳିଦାନ ଦେଇଥିବା ଭାଇ ଭଉଣୀମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ବିଜେପି ତରଫରୁ ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।
ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶାନୁଯାୟୀ ଚଳିତ ବର୍ଷ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’କୁ ଦେଶବ୍ୟାପୀ ପାଳନ କରାଯିବ । ୧୯୪୭ ମସିହାର ବିଭାଜନ ବିଭୀଷିକାର ପ୍ରଦର୍ଶନୀ ଅଗଷ୍ଟ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସମସ୍ତ ଜିଲ୍ଲା ଏବଂ ପ୍ରମୁଖ ସହରାଂଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୧୪ ତାରିଖ ଦିନ ସଂଧ୍ୟାରେ ହାତରେ କେବଳ ତ୍ରିରଙ୍ଗା ଧରି ଏକ ନୀରବ ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।
ଓଡିଶାରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଏହି କମିଟିର ରାଜ୍ୟ ସଂଯୋଜକ ସହିତ କଟକ ନଗର, କଟକ ସଦର. ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭୁବନେଶ୍ୱର ସାଗଠନିକ ଜିଲ୍ଲା ଦାୟୀତ୍ୱରେ ଅଛନ୍ତି । ସେହିପରି କମିଟିର ଅନ୍ୟତମ ସଦସ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀଙ୍କୁ କୋରାପୁଟ. ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଦାୟୀତ୍ୱ ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀ ଶଂକର ଓରାମଙ୍କୁ ସମ୍ବଲପୁର, ଦେବଗଡ, ବରଗଡ, ଝାରସୁଗୁଡା ଜିଲ୍ଲା; ନମାମି ଗଙ୍ଗେ ରାଜ୍ୟ ସଂଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କୁ କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା; ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଭବେନ୍ଦ୍ର ପଣ୍ଡାଙ୍କୁ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର ଓ ବୈାଦ୍ଧ ଜିଲ୍ଲା; ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କୁ ଗଂଜାମ, ଗଜପତି, ଘୁମୁସୁର, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।

(ବିଜେପି ମିଡିଆ ସେଲ)

Leave A Reply

Your email address will not be published.