ସରକାର ବଦଳାଇଲେ ନିଷ୍ପତି, ସ୍ୱାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ରାଜ୍ୟ ସରକାର ନିଷ୍ପତି ବଦଳାଇଛନ୍ତି । ସ୍ୱାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ଛାତ୍ରଛାତ୍ରୀ ଯୋଗ ଦେଇ ପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଗତକାଲି କରୋନା କଟକଣା ମଧ୍ୟରେ ସ୍ୱାଧିନତା ଦିବସ ପାଳନ ହେବ ଓ ଏଥିରେ ଛାତ୍ରଛାତ୍ରୀମାନେ ସାମିଲ ହେବେ ନାହିଁ ବୋଲି ସରକାର ଘୋଷଣା କରିଥିଲେ ।

ଛାତ୍ରଛାତ୍ରୀ ଏହି ପବିତ୍ର ଦିନରେ ସାମିଲ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି । ତେବେ ଚଳିତ ବର୍ଷ ସ୍କୁଲରେ ଅଗଷ୍ଟ ୧୫ ପାଳନ ହେବ, କିନ୍ତୁ ପିଲା ଭାଗ ନେବେନି ବୋଲି ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ । କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନାର ଚତୁର୍ଥ ଲହରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ହେଲେ ଆଜି ନିଷ୍ପତ୍ତି ବଦଳିଛି ।ଉଲ୍ଲେଖଥାଉ କି, କରୋନା ଯୋଗୁଁ ଗତ ଦୁଇ ବର୍ଷ ଧରି ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ ସ୍କୁଲରେ ପାଳନ କରିନାହାନ୍ତି । ତେବେ ମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ ଆସିବା ପରେ ପିଲାମାନେ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

Leave A Reply

Your email address will not be published.