ଝାରସୁଗୁଡାରେ କଠିନ ପରିଶ୍ରମ କରିଥିବା ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କୁ ସାଧୁବାଦ୍‌ ଜଣାଇଲେ ବିଜେପି ସଭାପତି ମନମୋହନ ସାମଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ ନିର୍ବାଚନର ଜନାଦେଶକୁ ସମ୍ମାନ ଜଣାଇବା ସହ ବିଜେପି ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ ସଭାପତି  ମନମୋହନ ସାମଲ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।
ଶାସକ ଦଳ ସପକ୍ଷରେ ଜନାଦେଶ ଯିବା ସତ୍ୱେ ନିର୍ବାଚନ ଫଳାଫଳରୁ ରାଜ୍ୟ ସରକାରଙ୍କ ପ୍ରତି ବହୁ ମାତ୍ରାରେ ଜନଅସନ୍ତୋଷ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଝାରସୁଗୁଡାବାସୀଙ୍କ ସ୍ୱାର୍ଥ ପାଇଁ ଦାୟୀତ୍ୱର ସହ କାର୍ଯ୍ୟ ନିର୍ବାହ କରିବା ସହିତ ଆସ୍ଥାଭାଜନ ହେବା ପାଇଁ ପ୍ରୟାସ ଜାରୀ ରଖିବୁ । ଏଥି ସହ ଅଂଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଲଢେଇ ଜାରୀ ରଖିବା ସହ ତାଙ୍କର ସ୍ୱାର୍ଥ ଓ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବୁ । ଝାରସୁଗୁଡା ନିର୍ବାଚନମଣ୍ଡଳୀର ସାମୁହିକ ବିକାଶ ଆମର ପ୍ରାଥମିକତା । ଏହି ଉପନିର୍ବାଚନରେ କଠିନ ପରିଶ୍ରମ କରିଥିବା ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କୁ ସାଧୁବାଦ୍ ଜଣାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।
ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିଥିଲେ । ସ୍ୱର୍ଗତଃ ଦାସ ଝାରସୁଗୁଡା ଅଂଚଳରେ ଦୀର୍ଘ ଦିନ ଧରି ପ୍ରତିନିଧିତ୍ୱ କରିଆସୁଥିଲେ । ତାଙ୍କ ଅକାଳ ବିୟୋଗ କାରଣରୁ ଅନୁକଂପା ଭୋଟ ନିଜ ସପକ୍ଷରେ ନେଇ ବିଜୟୀ ହୋଇଥିବା ଦୀପାଳୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସଭାପତି ମନମୋହ ନସାମଲ ।

Leave A Reply

Your email address will not be published.