ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି।  ଏହି ବିସ୍ଫୋରଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଅଘଟଣ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି। ଏହି ଦୁର୍ଘଟଣାରେ ଘରର ଛାତ ଓ କାନ୍ଥ କ୍ଷତିଗ୍ରସ୍ତ ହୋଇଛି ।

ମଙ୍ଗଳବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା |ଏହି ବିସ୍ଫୋରଣରେ ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଘରର ଛାତ ଓ କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗୁରୁତର ହୋଇଥିବା ୩ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଟେରି ବିସ୍ଫୋରଣର କାରଣ ଜଣାପଡିନି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ସେମାନଙ୍କୁ ବହୁ ସମୟ ଲାଗିଥିଲା। ଏହି ବିସ୍ଫୋରଣରେ ଗୁରୁତର ହୋଇଥିବା ୩ ଜଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବ୍ୟାଟେରିରେ ହୋଇଥିବା ବିସ୍ଫୋରଣ ପଛର କାରଣ ଜାଣିବାକୁ ତଦନ୍ତ ହେଉଥିବା କହିଛନ୍ତି ଅଧିକାରୀ।

Leave A Reply

Your email address will not be published.