ରାଜସ୍ବ ଗ୍ରାମର ମାନ୍ୟତା ନାହିଁ ତ ଭୋଟ ନାହିଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜସ୍ବ ଗ୍ରାମର ମାନ୍ୟତା ନାହିଁ ତ ଭୋଟ ନାହିଁ | ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତ ଗ୍ରାମପଞ୍ଚାୟତର ଖନ୍ତ ଗ୍ରାମର ରାମଚନ୍ଦ୍ରପୁର ସାହିର ୱାର୍ଡ ନଂ ୧୧ ଏବଂ ୱାର୍ଡ ନଂ ୧୨ ର ୧୫୦୦ (ପନ୍ଦରଶହ) ଭୋଟର ଅନ୍ତର୍ଗତ ଗ୍ରାମବାସୀଗଣ ଏକ ଦୃଢ ନିଷ୍ପତ୍ତି ନେଇଛନ୍ତି ଯେ ୨୦୨୪ ସାରସକଣା ନିର୍ବାଚନ ମଣ୍ଡଳୀର MLA, MP ନିର୍ବାଚନ ପୂର୍ବରୁ ଗ୍ରାମବାସୀଙ୍କର ମୁଖ୍ୟ ଦାବୀ ଏବଂ ସର୍ତ୍ତଗୁଡିକ ହେଲା,  ନିର୍ବାଚନ ପୂର୍ବରୁ ରାମଚନ୍ଦ୍ରପୁର ସାହିକୁ ସ୍ବତନ୍ତ୍ର ରାଜସ୍ବ ଗ୍ରାମର ମାନ୍ୟତା ଏବଂ ସମସ୍ତ ମୌଳିକ ଅଧିକାର ଦିଆଯାଉ |  BCP Case No 76/1995 ଅନୁଯାୟୀ କାର୍ଯ୍ୟ ସମୂର୍ଣ୍ଣ କରାଯାଉ |

ମୁଖ୍ୟ ରାଜ ରାସ୍ତାରୁ ଏହି ଗ୍ରାମ ମାତ୍ର ୫୦୦ ମିଟର ଦୂରରେ ରହିଥିଲେ ମଧ୍ୟ ରାଜରାସ୍ତାକୁ ବାହାରିବା ପାଇଁ ରାସ୍ତାଟିଏ ମଧ୍ୟ ହୋଇପାରିନାହିଁ କି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମଧ୍ୟ ହୋଇପାରିନାହିଁ | ଫଳରେ ଗ୍ରାମବାସୀ ଅନେକ ସମୟରେ ଅନେକ ପ୍ରକାର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ଯଥା ଆମ୍ବୁଲାନ୍ସଟିଏ ଗାଁକୁ ଆସିବାକୁ ହେଲେ ୦୪ କିଲୋମିଟର ଦୂର ଦେଇ ଆସିବାକୁ ପଡୁଛି | ଫଳରେ ଆମ୍ବୁଲାନ୍ସ ସେବା ସମୟରେ ନ ପହଞ୍ଚିବାରୁ ରୋଗୀର ଅବସ୍ଥା ଗୁରୁତର ହେବାରେ ଲାଗୁଛି | ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଥିଲେ ମଧ୍ୟ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲିପଡୁଛି କାରଣ ବହୁ ସମୟରେ କେଜାଣି ଅଙ୍ଗନୱାଡି କେନ୍ଦ୍ରର ଛାତ ଭୁଶୁଡି ପଡିବ ତାହା କହିହେବ ନାହିଁ | ଭଗବାନ ଭରସାରେ ପଡିରହିଛି |  ଏହି ଗାଁର ଜନୈକ ବୟସ୍କା ମହିଳା ଫୁଲମଣି ମାଝୀ (୬୨) ସ୍ବାମୀ ସୁନାରାମ ମାଝୀଙ୍କ ଘର ଦୟନୀୟ ଅବସ୍ଥାରେ ପଡିରହିଛି, ସେ ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ଚାହିଁ ରହିଛନ୍ତି | 5T ଯୋଜନାରୁ ଏହି ଗାଁ କୁ ସଂପୂର୍ଣ୍ଣ ରୂପେ ଅଣଦେଖା କରାଯାଉଛି | ଏହି ଗ୍ରାମର ପାନୀୟ ଜଳର ଘୋର ଅଭାବ ଥିବା ବେଳେ ବସୁଧା ଜଳ ଯୋଜନା ର ନାଁ ଏଠି ସାତ ସପନ ହୋଇପଡିଛି |

ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯ୍ୟନ୍ତ ବାଲଟିଏ ପାଣି ଆଣିବାକୁ ହେଲେ ୦୨ ରୁ ୦୩ ଘଣ୍ଟା ହାଡଭଙ୍ଗା ଖରାରେ ଲାଇନ୍ ହେବାକୁ ପଡୁଛି | ଫଳରେ ଗ୍ରାମବାସୀ ସଠିକ ସମୟରେ କାମକୁ ମଧ୍ୟ ଯାଇପାରୁ ନାହାନ୍ତି |  ଏହି ଗ୍ରାମରେ ନା ଭଲ ପୋଖରୀଟିଏ ଅଛି ନା ଭଲ ମଷାଣିପଦା ଯିବାକୁ ଭଲ ରାସ୍ତାଟିଏ ଅଛି ନା ମଷାଣି ଗୃହଟିଏ ଅଛି ନା ସ୍କୁଲରେ ଉପଯୁକ୍ତ ଶିକ୍ଷକ ଅଛନ୍ତି | ତେଣୁ ଏହିସବୁ ଅସୁବିଧା କୁ ଆଖି ଆଗରେ ରଖି ଗ୍ରାମବାସୀ ଏଭଳି ଦୃଢ ନିଷ୍ପତ୍ତି ନେଇଛନ୍ତି | ରାଜସ୍ବ ଗ୍ରାମର ମାନ୍ୟତା ନାହିଁ ତ ଭୋଟ ନାହିଁ ଗ୍ରାମବାସୀ ଜୋର ଦେଇ କହିଥିଲେ | ସେମାନଙ୍କ ମଧ୍ୟରେ ଅଶ୍ବିନୀ କୁମାର ହାଁସଦାଃ, ଉଦୟନାଥ ହାଁସଦାଃ, ମଦନ ଟୁଡୁ, ମନଜ ଟୁଡୁ, ଜ୍ୟାକବିମଲ ସୋରେନ, ସୁନିଲ କୁମାର ହାଁସଦାଃ, ଗୋବିନ୍ଦା ପୂର୍ତ୍ତୀ, ଜଗନ୍ନାଥ ପୂର୍ତ୍ତୀ,ହରିଶ ପୂର୍ତ୍ତୀ, ଦୂର୍ଜ ସୋୟ, ରାମେଶ୍ବର ଟୁଡୁ, ଧନଞ୍ଜୟ ମୁର୍ମୁ, ପୂର୍ଣ୍ଣଚନ୍ଦ୍ର ମୁର୍ମୁ, ବୁଧୁରାୟ ଟୁଡୁ, ହୀରାଲାଲ ନାଏକ, ପାଲୁ ହାଁସଦାଃ, ହୀରାମଣି ଟୁଡୁ, ସୁକୁମା ଟୁଡୁ, ଗୋବିନ୍ଦ କାଲୁଣ୍ଡିଆ , ଗୋବିନ୍ଦ ପିଙ୍ଗୁଆ, ମୁନିରାମ ମୁନ୍ଦିଆ, ରାମଚନ୍ଦ୍ର ସିଂ, ଘନ କାଲୁଣ୍ଡିଆ, ଜୁଝାର କାଲୁଣ୍ଡିଆ, ବାସୁଦେବ ଟୁଡୁ , ନାରାୟଣ ଟୁଡୁ , କାରିଆ ଟୁଡୁ, ମୀନକେତନ ନାଏକ ଓ କାରିଆ ଟୁଡୁ ପ୍ରମୁଖ ଯୋଗଦେଇଥିଲେ |

Leave A Reply

Your email address will not be published.