କରଞ୍ଜିଆ ଠାରେ ବ୍ଲକସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଉଦଯାପନୀ ଦିବସ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ଠାରେ ବ୍ଲକସ୍ତରୀୟ ଜନଜାତି କ୍ରୀଡା ଉତ୍ସବ ଉଦଯାପନୀ ଦିବସ ଅନୁଷ୍ଠିତ | ଜନଜାତି କ୍ରୀଡା ମହୋତ୍ସବ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ୨୬ ତାରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି | ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରାୟୋଜିତ ଏହି ଦୁଇ ଦିନିଆ କ୍ରୀଡା ଉତ୍ସବରେ କରଞ୍ଜିଆ ବ୍ଲକ ଅଞ୍ଚଳରୁ ୫୦୦ ରୁ ଉର୍ଦ୍ଧ ଖେଳାଳି ଭାଗ ନେଇ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ ।

ବ୍ଲକ୍ ର ୧୫ଟି ଗ୍ରାମପଞ୍ଚାୟତରୁ ଭାଗ ନେଇଥୁବା ଜନଜାତି କ୍ରୀଡ଼ାବିତ ମାନେ ୧୦୦ ମି, ୨୦୦ ମି. ଦୌଡ଼, ଲମ୍ବ ଡିଆଁ ଏବଂ ଫୁଟବଲ ମ୍ୟାଚ ରେ ଭାଗ ନେଇଥିଲେ । ଶୁକ୍ରବାର ଶେଷ ଦିନରେ ୧୫ ଟି ପଞ୍ଚାୟତ ରୁ ୧୫ ଟି ଦଳ ଫୁଟବଲ ମ୍ୟାଚରେ ଅଂଶଗ୍ରହଣ କରିଥିଲେ |ରୋସମତଳା ଫୁଟବଲ ଟିମ୍ ଓ ବଡଦେଉଳି ଫୁଟବଲ ଟିମ୍ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ ଫାଇନାଲ ଖେଳରେ ରୋସମତଳା ଫୁଟବଲ ଟିମ୍ ବଡଦେଉଳି ଫୁଟବଲ ଟିମ୍ କୁ ହରାଇ ଏସଡିସି କପ୍ – ୨୦୨୪ ର ଚାମ୍ପିଅନ ହୋଇଥିଲା । ଉଭୟ ଦିବସ ରେ ଖେଳିଥିବା ପ୍ରତିଯୋଗୀଙ୍କ ପାଇଁ ଖାଦ୍ୟ ପେୟ, ଗସ୍ତ ଖର୍ଚ୍ଚ, ଫୁଟବଲ ଟିମ ଗୁଡିକୁ ଜର୍ସି, କିଟ୍ ଆଦି ବିଭାଗ ପକ୍ଷରୁ ବହନ କରାଯାଇଥିଲା । ତେବେ ଏହି ୨ ଦିନିଆ ଆୟୋଜିତ କ୍ରୀଡା ଉତ୍ସବ ବର୍ଷା ଲାଗି ରହିଥିବାରୁ ବୁଧବାର ଦିନ ଉଦଘାଟନ ହୋଇ ପାରିନଥିଲା ଶୁକ୍ରବାର ଦିନ ସଖାଳ ୧୧ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଏନ.ଏ.ସି ଅଧ୍ୟକ୍ଷା ପପି ପୃଷ୍ଟି ଯୋଗ ଦେଇ ଏହି କ୍ରୀଡା କୁ ଶୁଭାରମ୍ଭ କରିଥିବା ବେଳେ ସନ୍ଦ୍ୟା ୭ଘଟିକା ସମୟରେ ଏହାର ଉଦ‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଏହି ଉଦଯାପନୀ ଦିବସ ରେ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସନ୍ନମାନୀତ ଅତିଥି ଭାବେ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି, ଏସ. ଡି. ସି. ସଦସ୍ୟା ସୁକାନ୍ତି ନାଏକ, ବ୍ଲକ ଉପାଧ୍ୟକ୍ଷ ଛତିଶ ମହାନ୍ତ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାରେ କୃତ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ ବିତରଣ କରିଥିଲେ | ତେବେ କରଞ୍ଜିଆ ବ୍ଲକ ଗଷ୍ଠୀ ଉନୟନ ଅଧିକାରୀ ସୁଶାନ୍ତ କୁମାର ସୁତାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜନଜାତି କ୍ରୀଡା ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଚାଙ୍ଗୁ ନାଚ ଯାହାକୁ ଦେଖିବା ପାଇଁ ସ୍ୱୟଂ ସହାୟିକା ଗଷ୍ଠୀ ସଦସ୍ୟା ମିଶନ ଶକ୍ତି ସଦସ୍ୟା ଏବଂ ବହୁ ପୁରୁଷ ମହିଳା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା |ଏହି କାର୍ଯ୍ୟକ୍ରମ କୁ ବ୍ଲକର ସମସ୍ତେ କର୍ମଚାରୀ ମାନେ ସହଯୋଗ କରିଥିଲେ |

Leave A Reply

Your email address will not be published.