କାନାରା ବ୍ୟାଙ୍କ କ୍ରିକେଟ ଲିଗ ୨୦୨୪ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାନାରା ବ୍ୟାଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ କ୍ରିକେଟ ଲିଗ ମ୍ୟାଚ ଉଦଯାପିତ ହୋଇଯାଇଛି l ଏହି ମ୍ୟାଚରେ ସମୁଦାୟ ୧୨ ଟି ଟିମ୍ ଯୋଗଦେଇଥିଲେ l ଶେଷ ମ୍ୟାଚରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଘରୋଇ ଟିମ୍ କାନାରା ବ୍ୟାଙ୍କ କୁ ୮ ରନ୍ ରେ ହରାଇ କାନାରା ବ୍ୟାଙ୍କ ଦ୍ୱାରା ଆୟୋଜିତ ପ୍ରଥମ ମ୍ୟାଚ ରେ ଚମ୍ପିୟନ ହୋଇଥିଲା l ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ରିଜିଓନାଲ ଡାଇରେକ୍ଟର ଏସ ପି ମହାନ୍ତି, କାନାରା ବ୍ୟାଙ୍କ ର ଡାଇରେକ୍ଟର ଶ୍ରୀଯୁକ୍ତ ବି ପି ଶର୍ମା, ନାବାର୍ଡ ର ଜେନେରାଲ ମ୍ୟାନେଜର ଡକ୍ଟର ବି ବି ସାହୁ ତଥା ଆଇ.ଡି. ବି. ଆଇ ବ୍ୟାଙ୍କ ର କୁନ୍ତଲ ବିଶ୍ୱାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l

ମ୍ୟାଚ ର ଦ୍ଵିତୀୟ ଦିନରେ ଅନେକ ବ୍ୟାଙ୍କ ର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ l ବ୍ୟାଙ୍କର୍ସ ଗ୍ରୁପ ଦ୍ୱାରା ପ୍ରଥମଥର ପାଇଁ ଏହି କ୍ରିକେଟ ମ୍ୟାଚ ଆୟୋଜିତ ହୋଇଅଛି l ଯେଉଁଥିରେ ଓଡିଶାର ୧୨ ଟି ବ୍ୟାଙ୍କ; ଆର.ବି.ଆଇ, ନାବାର୍ଡ, ଆଇ.ଡି.ବି.ଆଇ, କାନାରା, ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ, ୟୁକୋ, ବ୍ୟାଙ୍କ ଅଫ ଇଣ୍ଡିଆ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଆଇ.ସି.ଆଇ.ସି.ଆଇ, ଆକ୍ସିସ ଏବଂ ବ୍ୟାଙ୍କ ଅଫ ବରୋଦା ଭାଗ ନେଇଥିଲେ l ଏହି ଅବସରରେ କାନାରା ବ୍ୟାଙ୍କ ର ମହାପ୍ରବନ୍ଧକ ଶ୍ରୀ ଜଗଦୀଶ ଚନ୍ଦ୍ର ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ବ୍ୟାଙ୍କର୍ସ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଫିଟ୍ ଇଣ୍ଡିଆ ମୋମେଣ୍ଟ ଜରିଆରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ଯାହାର ମୂଳ ଉଦ୍ଦେଶ୍ୟ ସୁସ୍ଥ ଶରୀର ଏବଂ ସ୍ୱଚ୍ଛ ମନ ଗଠନ କରିବା l ଯାହା ଫଳରେ ବ୍ୟାଙ୍କ ବ୍ୟବସାୟ ରେ ମଧ୍ୟ ଉନ୍ନତି ଘଟିବ l କାନାରା ବ୍ୟାଙ୍କ ର ମୁଖ୍ୟ ଅତିଥି ବି.ପି ଶର୍ମା ମଧ୍ୟ ଖେଳାଳୀ ମାନଙ୍କର ସାହସ ବଢ଼ାଇଥିଲେ l

କାନାରା ବ୍ୟାଙ୍କ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆର.ବି.ଆଇ ରିଜିଓନାଲ ଡାଇରେକ୍ଟର ଶ୍ରୀଯୁକ୍ତ ଏସ.ପି ମହାନ୍ତି ବହୁତ ପ୍ରଶଂସା କରିଥିଲେ l ମହିଳା ମାନଙ୍କ ପାଇଁ ମଧ୍ୟ ଏଭଳି ମ୍ୟାଚ ର ଆୟୋଜନ କରିବା ପାଇଁ ପ୍ରେରଣା ଦେଇଥିଲେ l ନାବାର୍ଡ ର ମହାପ୍ରବନ୍ଧକ ଡକ୍ଟର ବିବି ସାହୁ, ଆଇ.ଡ଼ି.ବି.ଆଇ ମୁଖ୍ୟ ଶ୍ରୀ କୁନ୍ତଲ ବିଶ୍ୱାସ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଅନ୍ୟ ବ୍ୟାଙ୍କ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l କାନାରା ବ୍ୟାଙ୍କ ର ଉପମହାପ୍ରବନ୍ଧକ ଶ୍ରୀ ପି. ଠାକୁର ନାୟକ, ସହ ମହାପ୍ରବନ୍ଧକ ଜିତ୍ ରୁଦ୍ରଚାର୍ଜୀ, ସହାୟକ ମହାପ୍ରବନ୍ଧକ ରାମ ରତନ, ମଣ୍ଡଳ ପ୍ରବନ୍ଧକ ବିବେକ ପାଟନୀ, ସହାୟକ ମହାପ୍ରବନ୍ଧକ ମହାମାୟା ପ୍ରସାଦ ରୟ, ସହାୟକ ମହାପ୍ରବନ୍ଧକ ନିରଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l କାନାରା ବ୍ୟାଙ୍କ ଏଭଳି ଏକ ମହତ ପଦକ୍ଷେପ କୁ ଉପସ୍ଥିତ ସମସ୍ତ ବ୍ୟାଙ୍କ ର କର୍ମକର୍ତ୍ତା ଭୁରି ଭୁରି ପ୍ରଶଂସା କରିଥିଲେ l

Leave A Reply

Your email address will not be published.