କେରଳର ତନୁରରେ ଡଙ୍ଗାବୁଡି: ୧୫ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଶିଶୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରବିବାର ସନ୍ଧ୍ୟାରେ କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଡଙ୍ଗାବୁଡି । ଏହି ଡଙ୍ଗାବୁଡି ୧୫ଜଣଙ୍କର ମୃତ୍ୟୁ ହୋଇଛି। ଉକ୍ତ ଡଙ୍ଗାରେ ୪୦ ପର୍ଯ୍ୟଟକ ଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତନୁର ନିକଟସ୍ଥ ଓଟୁପୁରମରେ ଥିବା ଥୁରମ ଥିରମ ପର୍ଯ୍ୟଟନସ୍ଥଳ ପରିଦର୍ଶନ ନିମନ୍ତେ ଏକ ଡଙ୍ଗା ୪୦ ପର୍ଯ୍ୟଟକଙ୍କୁ ନେଇ ସନ୍ଧ୍ୟା ପ୍ରାୟ ୭ଟାରେ ବାହାରିଥିଲା । ତେବେ ଭାରସାମ୍ୟ ହରାଇବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡିଛି । ମଲପୁରମ ଜିଲ୍ଲାପାଳଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି । ତନୁର ଓ ତିରୁରରୁ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି ।

ଉଦ୍ଧାର ହୋଇଥିବା ଲୋକଙ୍କୁ ତିରୁରାଙ୍ଗାଡି, ପାରାପାନାଗାଡି, କୋଟାକଲ ଓ ତନୁର ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ କରିଛନ୍ତି ଘୋଷଣା ।

Leave A Reply

Your email address will not be published.