ଦିଲ୍ଲୀ ସ୍କୁଲରେ ବୋମା ଧମକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଦିଲ୍ଲୀର ୧୧ଟି ବିଦ୍ୟାଳୟ ଉପରେ ବୋମା ପକାଇବାକୁ ଧମକ ଦେଇ ଏକ ଇମେଲ ଆସିଛି। ମେଲ-ଆଇଡି ମାଧ୍ୟମରେ କେହି ଅଜ୍ଞାତ ବ୍ୟକ୍ତି କେହି ସ୍କୁଲଗୁଡିକୁ ଧମକପୂର୍ଣ୍ଣ ମେଲ କରିବା ପରେ ପୋଲିସ ଓ ବମ ଡିସପୋଜାଲ ଟିମ ସ୍କୁଲ କ୍ୟାମ୍ପସରେ ପହଞ୍ଚିଛି ।  ସ୍କୁଲ କାର୍ଯ୍ୟ ବନ୍ଦ ରଖାଯିବା ସହ ପିଲାଙ୍କୁ କ୍ୟାମ୍ପସରୁ ସ୍ଥାନାନ୍ତରିତ କରାଯାଇଛି ।

ସର୍ଚ୍ଚ ଅପରେସନ ମଧ୍ୟ ଜାରି ରଖିଛି ପୋଲିସ ।  ସୂଚନା ଅନୁଯାୟୀ, ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ମଦର ମେରି ସ୍କୁଲକୁ ବୋମା ଧମକ ମେଲ ମିଳିଥିଲା | ଏନସିଆରର ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। ସୂଚନା ମିଳିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଗୋଗିଏ ମେଲରୁ ଏହି ସବୁ ସ୍କୁଲକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ପରିସରରେ ଏବେ ଖାଲି ହୋଇସାରିଛି ।

ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଅନ୍ୟପଟେ ସାଇବର ସେଲ ମଧ୍ୟ ଧମକ ଆସିଥିବା ମେଲ-ଆଇଡିକୁ ନେଇ ତଦନ୍ତ ଆରମ୍ଭ କରିଛି । ଏହା କେଉଁ ସ୍ଥାନରୁ ଅପରେଟ ହୋଇଛି ଜଣାପଡିବା ପରେ ବ୍ୟବହାରକାରୀ ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି । ପୂର୍ବରୁ ମଧ୍ୟ ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମାରେ ଉଡାଇ ଦେବା ପାଇଁ ଧମକ ମିଳିଥିଲା । ଏକାଧିକ ଘଟଣାରେ ଦୁର୍ବୃତ୍ତ କଲ ଓ ମେଲ-ଆଇଡି ବ୍ୟବହାର କରି ଏହି ଧମକ ଦେଇଥିଲେ । ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମାତ୍ର ନିକଟରେ ଘଟିଥିବା ଏକାଧିକ ଘଟଣାରେ ସେପରି କିଛି ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ ହୋଇନି ।

Leave A Reply

Your email address will not be published.