ଘାଟିରେ ହେଲା ବ୍ରେକ୍ ଫେଲ୍‌, ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେ. ବଲାଙ୍ଗ ଥାନା ଚୁନାଘାଟିରେ ଭୟାନକ ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ ହେଲା ଲୁହା ପଥର ବୋଝେଇ ଟ୍ରକ ।  ଘାଟିରେ ବ୍ରେକ୍ ଫେଲ୍‌ ହୋଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ  ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି |

ତେବେ ସୂଚନା ଅନୁସାରେ,  ଗତକାଲି ରାତିରେ ଚୁନାଘାଟିରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ତାହା ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଥିଲା। ଫଳରେ ଟ୍ରକ୍‌ଟି ଆଗରେ ଯାଉଥିବା ଟ୍ରକ୍‌କୁ ପିଟିବା ସହ ବହୁ ବାଟ ଘୋଷାଡ଼ି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକ୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତା’ ଭିତରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହି ଯାଇଥିଲେ।

ଘଟଣା ସମ୍ପର୍କରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକ୍‌କୁ କାଟି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ବାହାର କରାଯାଇଥିଲା। ମାତ୍ର ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଡ୍ରାଇଭର ଓ ହେଲପରଙ୍କ ପରିଚୟ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.