ଜଳୁଛି ସାରା ଓଡିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ଭଳି ଆଜି ବି ଆଜି ସକାଳ ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଛି ତାପମାତ୍ରା। ଗୁରୁବାର ଯାଏଁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ରାଜ୍ୟର କିଛି ସ୍ଥାନକୁ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ , ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲା।

ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ବାରିପଦା ସହର। ୪୬.୪ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ ହୋଇଛିଏଣେ ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  ଉମାଶଙ୍କର ଦାସ।

Leave A Reply

Your email address will not be published.